ସକାମଶିବପୂଜା

ସକାମ ଶିବପୂଜା

ଶ୍ରୀ ଗୋବିନ୍ଦ ରଥ

 

ସୂଚିପତ୍ର

 

୧.

ପ୍ରୟୋଗସିଦ୍ଧି କାମନା

୨.

ଲକ୍ଷ୍ମୀପ୍ରାପ୍ତି ଓ ଲକ୍ଷ୍ମୀବୃଦ୍ଧି କାମନା

୩.

ଅଳ୍ପାୟୁର ଆୟୁର୍ବୃଦ୍ଧି କାମନା

୪.

ପୁତ୍ର କାମନା

୫.

ଭୁକ୍ତିମୁକ୍ତି କାମନା

୬.

ପ୍ରତାପବୃଦ୍ଧି କାମନା

୭.

ଶତ୍ରୁନାଶ କାମନା

୮.

ରୋଗ ଉଚ୍ଚାଟନ କାମନା

୯.

ଭୁଷଣପ୍ରାପ୍ତି କାମନା

୧୦.

ବାହନପ୍ରାପ୍ତି କାମନା

୧୧.

ବିଷ୍ଣୁପ୍ରୀତି କାମନା

୧୨.

ମୁକ୍ତି କାମନା

୧୩.

ଶ୍ରୀ ଶୋଭା ପ୍ରାପ୍ତି କାମନା

୧୪.

ଅନ୍ନବୃଦ୍ଧି କାମନା

୧୫.

ବସ୍ତ୍ରବୃଦ୍ଧି କାମନା

୧୬.

ମନର ନିର୍ମଳ ପ୍ରାପ୍ତି କାମନା

୧୭.

ମୋକ୍ଷପ୍ରାପ୍ତି କାମନା

୧୮.

ଶତ୍ରୁର ଆୟୁନାଶ କାମନା

୧୯.

ଧାନ୍ୟ ବୃଦ୍ଧି କାମନା

୨୦.

ଶିବପ୍ରୀତି କାମନା

୨୧.

ପୂର୍ବଜନ୍ମ ପାପନାଶ

୨୨.

ଦୁଃଖନାଶ କାମନା

୨୩.

ସ୍ୱର୍ଗ ସୁଖପ୍ରାପ୍ତି କାମନା

୨୪.

ସନ୍ତତି ବୃଦ୍ଧି କାମନା

୨୫.

ସୁଖପ୍ରାପ୍ତି କାମନା

୨୬.

ଧର୍ମ ଅର୍ଥପ୍ରାପ୍ତି କାମନା

୨୭.

ଶତ୍ରୁର ମୃତ୍ୟୁ କାମନା

୨୮.

ଜ୍ଞାନସୁଖ କାମନା

୨୯.

ଜ୍ୱରଶାନ୍ତି କାମନା

୩୦.

ବଂଶ ବୃଦ୍ଧି କାମନା

୩୧.

ପ୍ରମେହ ରୋଗଶାନ୍ତି କାମନା

୩୨.

ବୁଦ୍ଧି ପ୍ରାପ୍ତି କାମନା

୩୩.

ଭୋଗବୃଦ୍ଧି ପ୍ରାପ୍ତି କାମନା

୩୪.

ଶତ୍ରୁ ସନ୍ତାପ କାମନା

୩୫.

କଳହ ନାଶ କାମନା

୩୬.

ଶତ୍ରୁବଂଶ ନାଶନ କାମନା

୩୭.

ରାଜଯକ୍ଷ୍ମାରୋଗଶାନ୍ତି କାମନା

୩୮.

ମୋକ୍ଷ ଫଳପ୍ରାପ୍ତି କାମନା

୩୯.

ଶିବପୂଜାର ସାମଗ୍ରୀ

୪୦.

ଆଚାର୍ଯ୍ୟବରଣ ବିଧି

୪୧.

କାଳ ନିର୍ଣ୍ଣୟ

୪୨.

ଦେଶସ୍ଥାନ ନିର୍ଣ୍ଣୟ

୪୩.

ମଣ୍ଡପରଚନା ପ୍ରାରମ୍ଭ

୪୪.

ମଣ୍ଡପ ସଂସ୍କାର

୪୫.

ଆସନ ସଂସ୍କାର

୪୬.

ଉପବେଶନ ମନ୍ତ୍ର

୪୭.

ଗୁରୁସ୍ମରଣ

୪୮.

ଦିକ୍‌ଶୋଧନ

୪୯.

ତୀର୍ଥାବାହନ

୫୦.

ଦିଗ୍ବନ୍ଧନ

୫୧.

ଘଟପୂଜା

୫୨.

ଋଷିଚ୍ଛନ୍ଦ

୫୩.

ନ୍ୟାସ ବିଧି

୫୪.

ଧ୍ୟାନ

୫୫.

ଲିଙ୍ଗ ସଂଘଟନ

୫୬.

ପ୍ରାଣ ପ୍ରତିଷ୍ଠା ବିଧି

୫୭.

ପ୍ରାର୍ଥନା ମନ୍ତ୍ର

୫୮.

ଧ୍ୟାନ

୫୯.

ଲିଙ୍ଗାଷ୍ଟକ

୬୦.

ଲିଙ୍ଗସ୍ନାନ

୬୧.

ଷୋଡ଼ଶୋପଚାର ପୂଜା

୬୨.

ଆବରଣ ପୂଜାପ୍ରକାର

୬୩.

ବଳିଦାନ

୬୪.

ସ୍ତୋତ୍ର

୬୫.

ମୂଳମନ୍ତ୍ର ଜପବିଧି

୬୬.

ହୋମବିଧି

୬୭.

ତର୍ପଣ ବିଧି

୬୮.

ପୁଷ୍ପାଞ୍ଜଳି ଦାନ

୬୯.

ଶିବସ୍ତବ

୭୦.

ପ୍ରଦକ୍ଷିଣା

୭୧.

ସ୍ତୁତି

୭୨.

ବିସର୍ଜନ

 

ପ୍ରଥମତନ୍ତ୍ରଃ

ନାରଦ ଉବାଚ

 

ଧର୍ମାର୍ଥ କାମମୋକ୍ଷଣାଂ ସାଧନଂ ପରମଂ ହିତଂ

ସର୍ବଂ କଥୟ ମେ ଶମ୍ଭୋ କଳୌ ସର୍ବତ୍ର ସିଦ୍ଧିଦଂ

। ୧ ।

 

ଅର୍ଥ :- ନାରଦ କହିଲେ ହେ ଶମ୍ଭୋ ଏହି କଳିଯୁଗରେ ସମସ୍ତ ସିର୍ଦ୍ଧିପ୍ରଦ ଓ ଧର୍ମ ଅର୍ଥ କାମ ମୋକ୍ଷର ସାଧନକାରୀ ଏବଂ ହିତକର ରହସ୍ୟ ଯଦି ଥାଏ ତାହା କହନ୍ତୁ । ୧ ।

 

ଈଶ୍ୱର ଉବାଚ

 

ଶୃଣୂ ନାରଦ ବକ୍ଷ୍ୟାମି ଶିବପୂଜାବିଧାନକଂ

ଯସ୍ୟାନୁଷ୍ଠାନମାତ୍ରେଣ ସର୍ବସିଦ୍ଧିଂ ଲଭେନ୍ନରଃ

। ୨ ।

 

ଅର୍ଥ :- ଈଶ୍ୱର କହିଲେ ହେ ନାରଦ ଶିବ ପୂଜାର ବିଧାନ କହୁଅଛି ଶୁଣ । ଯାହାର ଅନୁଷ୍ଠାନ ମାତ୍ରରେ ମନୁଷ୍ୟ ସକଳ ସିଦ୍ଧି ଲାଭ କରେ । ୨ ।

 

ଶୁଦ୍ଧଂ ମୃଦଂ ସମାନୀୟ ପୁନଃ ଶୋଧ୍ୟ ବିଶେଷତଃ

ଲିଙ୍ଗାକାରଂ ତତଃ କୁର୍ଯ୍ୟାତ୍‌ ଯଥୋକ୍ତ ବିଧିନା ପୁମାନ୍‌

। ୩ ।

 

ଅର୍ଥ :- ଶୁଦ୍ଧମୃତ୍ତିକା ଆଣି ତାକୁ ଉତ୍ତମରୂପେ ପୋଛି ତହିଁରୁ କୁଟା କାଠି ବାହାର କରିଦେଇ ଲିଙ୍ଗ ଆକାରରେ ଗଢ଼ିବ । ୩ ।

 

ପୂଜୟେତ୍‌ସୁବିଧାନେନ ଲିଙ୍ଗଂ ପାର୍ଥିବମୂତ୍ତମଂ

ଅଖଣ୍ଡଂ କାରୟେତ୍‌ ଯତ୍ନାଦ୍‌ ବକ୍ଷ୍ୟାମାଣୈଶ୍ଚ ନାମଭିଃ

। ୪ ।

 

ଅର୍ଥ :- ସେହି ଉତ୍ତମ ପାର୍ଥିବ ଲିଙ୍ଗକୁ ଅଖଣ୍ଡ କରି ଗଢ଼ି ଉତ୍ତମ ବିଧିରେ ପୂଜା କରିବ । ଗଢ଼ିବା ମନ୍ତ୍ର ଓ ପୂଜାମନ୍ତ୍ର ଆଗରେ କହିବୁଁ । ୪ ।

 

ମୃଦାହରଣଂ ସଂଘଟ୍ଟଂ ପ୍ରତିଷ୍ଠା ଧ୍ୟାନମେବ ଚ

ସ୍ଥାପନଂ ପୂଜନଂ ଚୈବ କ୍ଷମସ୍ମେତି ବିସର୍ଜନଂ

। ୫ ।

ହରୋ ମହେଶ୍ୱର ଶ୍ଚୈବ ଶୂଳପାଣିଃ ପିନାକଧୃକ୍‌

ଶିବଃ ପଶୁପତିଶ୍ଚୈବ ମହାଦେବୋ ହ୍ୟନୁକ୍ରମାତ୍‌

। ୬ ।

 

ଅର୍ଥ :- ହର ନାମଧରି ମୃତ୍ତିକା ଆଣିବ, ମହେଶ୍ୱର ନାମଧରି ଗଢ଼ିବ, ଶୂଳପାଣି ନାମଧରି ପ୍ରତିଷ୍ଠା କରିବ, ପିନାକଧୃକ୍‌ ନାମଧରି ଧ୍ୟାନ କରିବ, ଶିବ ନାମରେ ସ୍ଥାପନ, ପଶୁପତି ନାମରେ ପୂଜନ, ଓ ମହାଦେବ ନାମଧରି କ୍ଷମା ପ୍ରାର୍ଥନା କରିବ । ୫ । ୬ ।

 

ଏବମର୍ଚ୍ଚୟତଃ ପୁଂସଃ ପାର୍ଥିବଂ ଲିଙ୍ଗମୂତ୍ତମଂ

ମାସତ୍ରୟେଣ ସିଦ୍ଧିଃ ସ୍ୟାନ୍ମାତ୍ର କାର୍ଯ୍ୟାବିଚାରଣା

। ୭ ।

 

ଅର୍ଥ :- ହେ ନାରଦ ଏହିପରି ଉତ୍ତମ ପାର୍ଥିବ ଲିଙ୍ଗପୂଜା କୁରଥିବା ପୁରୁଷର ତିନିମାସରେ ଫଳସିଦ୍ଧି ହୁଏ, ଏଥିରେ କିଛିମାତ୍ର ସଂଶୟ ନାହିଁ । ୭ ।

 

ନାରଦ ଉବାଚ

 

କେନ ବା ପୂଜ୍ୟତେ ଦେବଃ ପଦାର୍ଥେଣ ବିଶେଷତଃ

କେନ ବା ବିଧିନା ତତ୍ର ଯସ୍ମାତ୍‌ ସିଦ୍ଧିଂ ଲଭେନ୍ନରଃ

। ୮ ।

 

ଅର୍ଥ :- ନାରଦ କହିଲେ କି କି ବିଶେଷ ପଦାର୍ଥରେ ମହାଦେବଙ୍କର ପୂଜାହୁଏ ବା କେଉଁ ବିଧିରେ ପୂଜାକଲେ ନର ସିଦ୍ଧି ଲାଭକରେ ତାହା କହନ୍ତୁ । ୮ ।

 

ଈଶ୍ୱର ଉବାଚ

 

କମଳୈର୍ବିଲ୍ୱପତ୍ରୈଶ୍ଚ ଶତପତ୍ରୈସ୍ତଥା ପୁନଃ

ଶଙ୍ଖୀପୁଷ୍ପୈ ସ୍ତଥା ଦେବଂ ଲକ୍ଷ୍ମୀ କାମୋ ଭବେଦ୍ଜଦା

। ୯ ।

 

ଅର୍ଥ :- ଈଶ୍ୱର କହିଲେ ଲକ୍ଷ୍ମୀକାମନାକାରୀ ମନୁଷ୍ୟ କମଳ ବିଲ୍ୱପତ୍ର, ଶତଦଳ ପଦ୍ମ ଓ ଶଙ୍ଖୀ ପୁଷ୍ପରେ ମହାଦେବଙ୍କୁ ପୂଜାକରିବ ଶଙ୍ଖୀ ପୁଷ୍ପ ଅର୍ଥାତ୍‌ ଶଙ୍ଖ ଆକାର ଯେଉଁଫୁଲ ହୁଏ ତାହାର ଅପର ନାମ ଶଙ୍ଖାହୁଳୀ ।।

 

ଏତୈଶ୍ଚ ଲକ୍ଷସଂଖ୍ୟାକୈ ର୍ଲକ୍ଷ୍ମୀଃସ୍ୟାନ୍ମାତ୍ର ସଂଶୟଃ

। ୧୦ ।

 

ଅର୍ଥ :- ହେ ନାରଦ ଏହି ସବୁ ପଦାର୍ଥ ମଧ୍ୟରୁ ଯେ କୌଣସି ପଦାର୍ଥ ଲକ୍ଷ ସଂଖ୍ୟାଦେଇ ପୂଜାକଲେ ନିଶ୍ଚୟ ଲକ୍ଷ୍ମୀ ପ୍ରାପ୍ତହେବ ଏଥିରେ ସନ୍ଦେହ ନାହିଁ । ୧୦ ।

 

ଆୟୁଃକାମୋ ଭବେଦ୍‌ଯୋବୈ ଦୂର୍ବାଭିଃ ପୂଜନଂ କରେତ୍‌

। ୧୧ ।

 

ଅର୍ଥ :- ହେ ଋଷିସତ୍ତମ ଆୟୁର୍ବୃଦ୍ଧିକାମୀ ନର ଲକ୍ଷ ପରିମିତ ଦୂର୍ବାନାଡ଼ରେ ମହାଦେବଙ୍କ ପୂଜା କରିବ । ୧୧ ।

 

ପୁତ୍ରକାମୋ ଭିଦେ୍‌ଯସ୍ତୁ ଧତ୍ତୂର କୁସୁମୈର୍ନରଃ

ରକ୍ତଦଣ୍ଡଶ୍ଚ ଧତ୍ତୂରଃ ପୂଜନେ ଶୁଭଦଃ ସ୍ମୃତଃ

। ୧୨ ।

 

ଅର୍ଥ :- ପୁତ୍ରକାମୀ ମାନବ ଧୁତୁରାଫୁଲରେ ପୂଜା କରିବ । କିନ୍ତୁ ଯେଉଁ ଧୁତୁରାଫୁଲର ନାଡ଼ ରକ୍ତବର୍ଣ୍ଣ ହୋଇଥିବ ସେଥିରେ ପୂଜା କଲେ ଶିବ ବିଶେଷ ଶୁଭଦାୟକ ହୁଅନ୍ତି । ୧୨।

 

ଅଗସ୍ତି କୁସୁମୈର୍ଯଶ୍ଚ ତସ୍ୟ ବୈ ବିପୁଳଂ ଯଶଃ

। ୧୩ ।

 

ଅର୍ଥ :- ବିପୁଳଯଶକାମୀ ମନୁଷ୍ୟ ଅଗସ୍ତିକୁସୁମରେ ପୂଜା କରିବ । ୧୩ ।

 

ଭୁକ୍ତି ମୁକ୍ତିଫଳଂ ତସ୍ୟ ତୁଳସୀ ପୂଜନଂ କରେତ୍‌

। ୧୪ ।

 

ଅର୍ଥ :- ଭୋଗ ଆଉ ମୋକ୍ଷ କାମୀ ବ୍ୟକ୍ତି ଲକ୍ଷ ପରିମିତ ତୁଳସୀ ପତ୍ରରେ ପୂଜାକଲେ ନିଶ୍ଚୟ ଭୁକ୍ତି ମୁକ୍ତି ଫଳ ଲାଭ କରିବ । ୧୪ ।

 

ଅର୍କପୁଷ୍ପୈଃ ପ୍ରତାପଶ୍ଚ କୁବ୍ଜକହ୍ଲାରକୈସ୍ତଥା

ଜବାକୁସୁମପୂଜା ତୁ ଶତ୍ରୁଣାଂ ମୃତ୍ୟୁଦାସ୍ମୃତା

। ୧୫ ।

 

ଅର୍ଥ :- ହେ ନାରଦ ଅର୍ଖ ପୁଷ୍ପରେ ପୂଜାକଲେ ପ୍ରତାପ ବଢ଼େ । କୁବ୍ଜ-ଅର୍ଥାତ୍‌ ଗୋଟିଏ ସୁଗନ୍ଧ ପୁଷ୍ପ, ଚମ୍ପା, ଅଶୋକ, ବା ସେବତୀ ପୁଷ୍ପରୁ ଗୋଟିଏ ଦେଇ ପୂଜାକଲେ ମଧ୍ୟ ପ୍ରତାପ ବୃଦ୍ଧି ହୁଏ । କିମ୍ବା କହ୍ଲାର ଅର୍ଥାତ୍‌ ଶ୍ୱେତୋତ୍ପଳରେ ପୂଜା କଲେ ମଧ୍ୟ ବିଶେଷ ପ୍ରତାପ ବଢ଼େ । ଆଉ ଜବାପୁଷ୍ପରେ ପୂଜାକଲେ ଶତ୍ରୁନାଶ ହୁଏ । ୧୫ ।

 

ରୋଗୋଚ୍ଚାଟନକାମୋହି କରବୀରାଣି ବା ହରେତ୍‌

ବନ୍ଧୂକୈର୍ଭୂଷଣାବାପ୍ତି ର୍ଜାତ୍ୟା ବାହନସମ୍ଭବଃ

। ୧୬ ।

 

ଅର୍ଥ :- ରୋଗଉଚ୍ଚାଟନକାମନାକାରୀ ମାନବ କରବୀରପୁଷ୍ପରେ ପୂଜା କରିବ । ଆଉ ବନ୍ଧୂକ ପୁଷ୍ପରେ ପୂଜା କଲେ ଅଳଙ୍କାର ମିଳେ । ଜାଇ ଓ ମାଳତୀ ପୁଷ୍ପରେ ପୂଜାକଲେ ବାହନ ମିଳେ । ୧୬ ।

 

ଅତସୀ କୁସୁମୈରେବ ବିଷ୍ଣୁବଲ୍ଲଭତାମିୟାତ୍‌

ଶମୀପତ୍ରୈସ୍ତଥାମୁକ୍ତିଃ ପ୍ରାପ୍ୟତେ ପୁରୁଷେଣ ଚ

। ୧୭ ।

 

ଅର୍ଥ :- ଅତସୀ କୁସୁମରେ ଶିବପୂଜା କଲେ ବିଷ୍ଣୁଭକ୍ତି ଲାଭକରେ ଆଉ ଯେଉଁ ପୁରୁଷ ଶମୀପତ୍ରରେ ଶିବ ପୂଜାକରେ ସେ ମୁକ୍ତିଲାଭ କରେ । ୧୭ ।

 

ମଲ୍ଲିକାକୁସୁମୈର୍ଦେବଃ ଶ୍ରିୟଂ ଶୁଭତରାଂ ଶିବଃ

ଯୁଥିକା କୁସୁମୈଃ ଶସ୍ୟଂ ଗୃହଂ ନୈବ ବିମୁଚ୍ୟତି

। ୧୮ ।

 

ଅର୍ଥ :- ମଲ୍ଲୀଫୁଲରେ ଶିବ ପୂଜାକଲେ ଶୁଭତରା ଲକ୍ଷ୍ମୀ ମିଳେ । ଯୂଈ ପୁଷ୍ପରେ ପୂଜାକଲେ ଧାନ୍ୟାଦି ଶସ୍ୟରେ ଗୃହ ପୂର୍ଣ୍ଣହୁଏ । ୧୮ ।

 

କର୍ଣ୍ଣିକାରୈ ସ୍ତଥାବସ୍ତ୍ର ସମ୍ପତ୍ତିର୍ଜାୟତେ ନୃଣାଂ

ନିର୍ଗୁଣ୍ଡୀ କୁସୁମୈର୍ଲୋକେ ମନୋ ନିର୍ମଳତାଂ ବ୍ରଜେତ୍‌

। ୧୯ ।

 

ଅର୍ଥ :- କର୍ଣ୍ଣିକାର ଅର୍ଥାତ୍‌ ସୁନାରୀ ଫୁଲରେ ପୂଜାକଲେ ବହୁତ ବସ୍ତ୍ର ଲାଭହୁଏ । ନିର୍ଗୁଣ୍ଡୀ ଫୁଲରେ ପୂଜାକଲେ ସର୍ବଦା ମନ ନିର୍ମଳ ରହେ । ୧୯ ।

 

ଯତ୍‌କୁସୁମ୍ଭୈଶ୍ଚ ବିନ୍ଦ୍ୟେତ ତଚ୍ଚୈବ ଶିବବଲ୍ଲଭଂ

ଚମ୍ପକଂ କେତକଂ ହିତ୍ୱା ଅନ୍ୟତ୍‌ ସର୍ବଂ ଶିବାର୍ପୟେତ୍‌

। ୨୦ ।

 

ଅର୍ଥ :- ଯେବେ ଏସବୁ ଫୁଲ ନ ମିଳେ ତେବେ ଚମ୍ପା ଓ କେତକୀ ଫୁଲକୁ ଛାଡ଼ି ଯେ କୌଣସି ଫୁଲରେ ଶିବପୂଜା କରିବ ।

 

ପୁଷ୍ପାଣି ତିଳଜାତାନି ମୁକ୍ତିଦାନି ନ ସଂଶୟଃ

ରାଜିକା କୁସୁମାନୀହ ଶତ୍ରୁଣାଂ ମୃତ୍ୟୁଦାନି ଚ

। ୨୦ ।

 

ଅର୍ଥ :- ତିଳ ପୁଷ୍ପରେ ଶିବପୂଜା କଲେ ନିଶ୍ଚୟ ମୁକ୍ତିଲାଭ ହେବ ଏଥିରେ ସନ୍ଦେହ ନାହିଁ । ଆଉ ରାଇଫୁଲରେ ଶିବପୂଜା କଲେ ଶତ୍ରୁ ନାଶହେବ ଏ ନିଶ୍ଚୟ । ୨୦ ।

 

ଅତଃପରଂ ତୁ ଧାନ୍ୟାନାଂ ଫଳଂମେ ଶୃଣୂ ସତ୍ତମ

ତଣ୍ଡୁଳାରୋପଣେ ନୃଣାଂ ଲକ୍ଷ୍ମୀବୃଦ୍ଧିଃ ପ୍ରଜାୟତେ

। ୨୧ ।

 

ଅର୍ଥ :- ହେ ସତ୍ତମ ନାରଦ ଏବେ ଧାନ୍ୟମାନଙ୍କର ଫଳ ଶୁଣ । ଶିବଙ୍କଠାରେ ତଣ୍ଡୁଳ ଅର୍ପଣ କଲେ ନିଶ୍ଚୟ ଲକ୍ଷ୍ମୀ ବୃଦ୍ଧିହୁଏ । ୨୧ ।

 

ଷଟ୍କେନୈବ ତୁ ପ୍ରସ୍ଥାନାଂ ତଦର୍ଦ୍ଧେନ ତଥା ପୁନଃ

ଫଳଦ୍ୱୟଂ ତଥା ତତ୍ର ଲକ୍ଷମାନମୂଦାହୃତଂ

। ୨୨ ।

 

ଅର୍ଥ :- ତଣ୍ଡୁଳର ଲକ୍ଷସଂଖ୍ୟା ଏହି ପରିହୁଏ ଯଥା-ଛ ଆଉ ତିନିପ୍ରସ୍ଥର ସାଙ୍ଗେ ୨ ଦୁଇପଳ ଦେଲେ ଏକ ପରିମାଣ ହେଲା ଏହିପରି ଲକ୍ଷସଂଖ୍ୟା ତଣ୍ଡୁଳର ହୁଏ । ୨୨ ।

 

 

ପୂଜା ରୁଦ୍ରବିଧାନେନ କୃତ୍ୱା ବସ୍ତ୍ରଂ ସୁସୁନ୍ଦରଂ

ଶିବୋପରି ନ୍ୟସେତ୍ତତ୍ର ତଣ୍ଡୁଳାର୍ପଣମୂତ୍ତମଂ

। ୨୩ ।

 

ଅର୍ଥ :- ଶିବଙ୍କର ପୂଜାବିଧିଅନୁସାରେ ପୂଜାକରି ତାହାଙ୍କ ଉପରେ ଅତି ସୁନ୍ଦର ଖଣ୍ଡିଏ ନୂତନ ବସ୍ତ୍ର ନ୍ୟାସକରି ତାଉପରେ ତଣ୍ଡୁଳ ଅର୍ପଣ କରିବ । ୨୩ ।

 

ଉପରି ଶ୍ରୀଫଳଂ ତ୍ଵେକଂ ଗନ୍ଧପୁଷ୍ପାଦିଭିସ୍ତଦା

ତିଳାନାଂ ଚ ତଥା ଲକ୍ଷଂ ମହାପାତକନାଶନଂ

।୨୪ ।

 

ଅର୍ଥ :- ତଦୁପରି ଗୋଟିଏ ଶ୍ରୀଫଳ ରଖି ବିଧି ଅନୁସାରେ ଗନ୍ଧପୁଷ୍ପ ଧୂପଦୀପ ଦେଇ ଊର୍ଦ୍ଧ୍ୱ ପ୍ରସ୍ଥରେ ଲକ୍ଷ ତିଳ ଚଢ଼ାଇଲେ ନିଶ୍ଚୟ ମହାପାତକ ନାଶହେବ । ୨୪ ।

 

ଏକାଦଶପଳେନୈବ ଲକ୍ଷମାନମୁଦାହୃତଂ

ମହାପାତକଜଂ ଦୁଃଖଂ ନଶ୍ୟନ୍ତି ତତ୍‌କ୍ଷଣାନ୍ଧ୍ରୁବ

। ୨୫ ।

 

ଅର୍ଥ :- ଏଗାର ଫଳ ପରିମାଣରେ ତିଳର ଲକ୍ଷସଂଖ୍ୟା ହୁଏ । ଏହି ବିଧିରେ ତିଳ ଚଢ଼ାଇଲେ ମହା ପାତକ ଜନିତ ଦୁଃଖ ତତ୍‌କ୍ଷଣାତ୍‌ ନଷ୍ଟହେବ ଏହା ନିଶ୍ଚୟ । ୨୫ ।

 

ଯବପୂଜା ତଥା ପ୍ରୋକ୍ତା ଲକ୍ଷେଣ ପରମା ଶୁଭା

ପ୍ରସ୍ଥାନାମଷ୍ଟକଂ ଚୈବ ପ୍ରସ୍ଥାର୍ଦ୍ଧ ସଂଯୁତଂ ପୁନଃ

ପକହୟଯୁତଂ ତଚ୍ଛ ମାନମେତତ୍‌ ପୁରାତନଂ

। ୨୬ ।

 

ଅର୍ଥ :- ସେହିପରି ସାଢ଼େ ଆଠପ୍ରସ୍ଥ ଯବ ସହିତରେ ଦୁଇଫଳ ଯବ ସଂଯୋଗ କଲେ ଏକ ପରିମାଣ ହୁଏ । ଏହି ବିଧିରେ ଲକ୍ଷ ଯବ ଚଢ଼ାଇଲେ ସର୍ବଶୁଭ ଲାଭକରେ । ୨୬ ।

 

ଯବପୂଜା ତଥା ପ୍ରୋକ୍ତା ସ୍ୱର୍ଗେ ସୁଖବିବର୍ଦ୍ଧିନୀ

ପ୍ରାଜାପୂଜ୍ୟଂ ବ୍ରାହ୍ମଣାନାଂ କର୍ତ୍ତବ୍ୟଂ ଫଳ ମୀପ୍ୱୁନା

। ୨୭ ।

 

ଅର୍ଥ :- ଯେଉଁ ଯବପୂଜାର ବିଧାନ କହିଲୁଁ ଏହି ବିଧିରେ ଯବ ଦ୍ୱାରା ଶିବପୂଜାକଲେ ସ୍ୱର୍ଗସୁଖ ବର୍ଦ୍ଧିତ ହୁଏ । ଆଉ ପୂର୍ଣ୍ଣଫଳକାମୀଜନ ବ୍ରାହ୍ମଣ ସହିତ ପ୍ରାଜାପତ୍ୟ ବ୍ରତ କରିବ । ୨୭ ।

 

ଗୋଧୂମାନାଂ ତଥାପୂଜା ପ୍ରଶସ୍ତା ଋଷିସତ୍ତମ

ସନ୍ତତିର୍ବର୍ଦ୍ଧୟେତ୍‌ସାପି ଯଦି ଲକ୍ଷାବଧିଃ କୃତା

। ୨୮ ।

 

ଅର୍ଥ :- ହେ ଋଷିସତ୍ତମ ସେହିପରି ଲକ୍ଷାବଧି ଗହମରେ ଶିବପୂଜା କଲେ ସନ୍ତତିବୃଦ୍ଧିହୁଏ । ୨୮ ।

 

ଦ୍ରୋଣାର୍ଦ୍ଧେନ ଭବେଲ୍ଲକ୍ଷଂ ବିଧାନଂ ବିଧିପୂର୍ବକଂ

ପୁନଶ୍ଚ ବ୍ରାହ୍ମଣାନାଂ ହି ପ୍ରାଜାପତ୍ୟଂ ଭବେଦିହ

। ୨୯ ।

 

ଅର୍ଥ :- ଅର୍ଦ୍ଧଦ୍ରୋଣ ଗହମରେ ଏକ ପରିମାଣ ହୁଏ । ଏହି ପରିମାଣ ଲକ୍ଷସଂଖ୍ୟାବିଧିରେ ପୂଜା କରିବ ଓ ବ୍ରହ୍ମାଣ ସହିତ ଆପେ ପ୍ରାଜାପତ୍ୟ ବ୍ରତ କରିବ । ୨୯ ।

 

ମୁଦ୍ଗାନାଂ ପୂଜନାଦେବ ଶିବୋଯଚ୍ଛତି ବୈ ସୁଖଂ

। ୩୦ ।

 

ଅର୍ଥ :- ମୁଗରେ ପୂଜାକଲେ ଶିବ ନିଶ୍ଚୟ ସୁଖ ପ୍ରଦାନ କରନ୍ତି ।।

 

ପ୍ରସ୍ଥାନାଂ ସପ୍ତକେନୈବ ପ୍ରସ୍ଥାର୍ଦ୍ଧେନ ତଥା ପୁନଃ

ଫଳଦ୍ୱୟଯୁତେନୈବ ଲକ୍ଷମେକଂ ବିଦୁର୍ବୁଧାଃ

। ୩୧ ।

 

ଅର୍ଥ :- ସାଡ଼େ ସାତପ୍ରସ୍ଥରେ ଦୁଇପଳ ଯୋଗକଲେ ଏକ ହୁଏ । ଏହିପରିମାଣରେ ମୁଦ୍ଗର ଲକ୍ଷ ସଂଖ୍ୟାକୁ ପଣ୍ଡିତମାନେ କହିଅଛନ୍ତି ।

 

ମାଷାଣାଂ ଚ ତଥା ପ୍ରୋକ୍ତା ରୋଗନାଶଂ କରୋତି ସା

ପ୍ରସ୍ଥାନାମଷ୍ଟକେନୈବ ଲକ୍ଷମେକଂ ପୁରାତନୈଃ

। ୩୨ ।

 

ଅର୍ଥ :- ଏହିପରି ବ୍ରୀହିରେ ପୂଜାକଲେ ସର୍ବରୋଗ ନାଶହୁଏ । କିନ୍ତୁ ଆଠପ୍ରସ୍ଥରେ ଲକ୍ଷପରିମିତ ହୁଏ ଏହା ପ୍ରାଚୀନ ମତ । ୩୨ ।

 

ପ୍ରିୟଙ୍ଗୁ ପୂଜନଂ ଦେବ ସର୍ବାଧ୍ୟକ୍ଷେ ପରାତ୍ମନି

ଧର୍ମାର୍ଥବର୍ଦ୍ଧନାୟୈବ ପୂଜା ସର୍ବସୁଖାବହା

। ୩୩ ।

 

ଅର୍ଥ :- ପ୍ରିୟଙ୍ଗୁ ଧାନ୍ୟରେ ସର୍ବାଧ୍ୟକ୍ଷ ପରାତ୍ମା ଶିବଙ୍କୁ ପୂଜାକଲେ ଧର୍ମ ଓ ଅର୍ଥର ବୃଦ୍ଧିହୁଏ ଆଉ ସମସ୍ତ ସୁଖମିଳେ । ୩୩ ।

 

 

ପ୍ରସ୍ଥମେକଂ ତ ଯପ୍ରୂୋକ୍ତଂ ଲକ୍ଷମେକଂ ପୁରାତନୈଃ

ବ୍ରହ୍ମଭୋଜ୍ୟଂ ତଥା ପ୍ରୋକ୍ତମର୍କାଣାଂ ସଂଖ୍ୟାୟା ମୁନେ

। ୩୪ ।

 

ଅର୍ଥ :- ଯାହାକି ଏକ ପ୍ରସ୍ଥର ଲକ୍ଷ ସଂଖ୍ୟା ପରିମାଣ କୁହାଯାଇଅଛି ଆଉ ମଧ୍ୟ ପୁରାତନ ପରିମାଣ ଯାହାକି କୁହାଯାଇଛି ଏ ସବୁ ଦ୍ୱାଦଶ ପରିମିତ ବ୍ରାହ୍ମଣର ଭୋଜ୍ୟ କରିଦେବ ।୩୪।

 

ରାଜିକାପୁଜନଂ ତସ୍ୟ ଶତ୍ରୋର୍ମୁତ୍ୟୁକରଂ ସ୍ମୃତଂ

ପ୍ରସ୍ଥେନ ଫଳଯୁକ୍ତେନ ଲକ୍ଷମେକଂ ତଥା ସ୍ମୃତଂ

। ୩୫ ।

 

ଅର୍ଥ :- ରାଇରେ ପୂଜାକଲେ ଯେ ଶତ୍ରୁର ମୃତ୍ୟୁହୁଏ ଏ କଥାପୂର୍ବରୁ କୁହାଯାଇଅଛି, କିନ୍ତୁ ଏକପ୍ରସ୍ଥରେ ଏକଫଳ ଯୁକ୍ତକଲେ ଏକସଂଖ୍ୟହୁଏ ଏହି ବିଧିରେ ଲକ୍ଷ ସଂଖ୍ୟାରେ ପୂଜାକଲେ ସେହିଫଳ ହେବ । ୩୫ ।

 

ସର୍ଷପାଣାଂ ତଥା ଲକ୍ଷଂ ଫଳୈର୍ବିଂଶତିସଂଖ୍ୟୟା

ତେଷ୍ଠାଂ ଚ ପୂଜନାଦେବ ଶତ୍ରୋର୍ମୃତ୍ୟୁରୁଦାହୁତଃ

ବିପ୍ରାଣାଂ ଭୋଜନଂ ତତ୍ର ଶତମେକୋତ୍ତରଂ ସ୍ମୃତଂ

। ୩୬ ।

 

ଅର୍ଥ :- ୨୦ଫଳରେ ଏକସଂଖ୍ୟା ମାନି ଏହିକ୍ରମରେ ଲକ୍ଷସଂଖ୍ୟକ ସୋରିଷରେ ଶିବପୂଜା କଲେ ନିଶ୍ଚୟ ଶତ୍ରୁର ମୃତ୍ୟହେବ । କିନ୍ତୁ ୧୦୧ ଜଣ ବ୍ରାହ୍ମଣ ଭୋଜନ କରାଇବ । ୩୬ ।

 

ମାରୀଚିସମ୍ଭବା ପୂଜା ଶତ୍ରୋର୍ନାଶକରୀ ସ୍ମୃତା

। ୩୭ ।

ଅତୋଽପି ବିବିଧୈ ର୍ଧାନ୍ୟୈଃ ପୂଜନଂ ଶଙ୍କରସ୍ୟ ଚ

କର୍ପୂରୈ ରଞ୍ଜିତଂ ଧାନ୍ୟଂ ବିବିଧଂ ଚାର୍ପୟେଚ୍ଛିବେ

। ୩୮ ।

 

ଅର୍ଥ :- ମରୀଚି ସମ୍ଭବ ପୂଜା ଶତ୍ରୁନାଶ କାରକ ହୁଏ । ୩୭ । ଅତଏବ ନାନାପ୍ରକାର ଧାନ୍ୟରେ ଶିବପୂଜା କରିବ । କିନ୍ତୁ ସେହି ଧାନ୍ୟକୁ କର୍ପୂର ପ୍ରଭୃତି ସୁଗନ୍ଧ ଦ୍ରବ୍ୟରେ ରଞ୍ଜିତ କରି ଅର୍ପଣ କରିବ । ୩୮ ।

 

ରଙ୍ଗୈ ର୍ନାନାବିଧୈଶ୍ଚୈବ ରଞ୍ଜୟିତ୍ଵାର୍ପୟେଚ୍ଛିଦଂ

ନାନାସୁଖକରୀ ପୂଜା ହ୍ୟେଷା ଚ ଋଷିସତ୍ତମ

। ୩୯ ।

 

ଅର୍ଥ :- ହେ ଋଷିସତ୍ତମ ଯେ ନାନାପ୍ରକାର ଧାତୁଦ୍ରବ୍ୟରେ ରଞ୍ଜିତ କରି ଶିବଙ୍କୁ ପୂଜାକରେ ସେ ବହୁ ପ୍ରକାର ସୁଖଲାଭ କରେ ।

 

ଇତ୍ୟେତ୍‌ଦ୍ବଚନଂ ଶ୍ରୁତ୍ଵା ନାରଦଃ ପ୍ରତ୍ୟଭାଷତ

ସ୍ୱାମିନ୍‌ ସର୍ବ ଜଗନ୍ନାଥ ସର୍ବଜ୍ଞସ୍ତ୍ୱଂ ସଦାଶିବଃ

ପୟଃ କ୍ଷୀରାବିଧାରାଣାଂ କଥୟସ୍ମ ଫଳଂ ବିଭୋ

। ୪୦ ।

 

ଅର୍ଥ :- ଏହି ସବୁକଥା ଶୁଣି ନାରଦ କହିଲେ ସ୍ୱାମିନ୍‌ ତୁମ୍ଭେ ଜଗତର ନାଥ ଆଉ ସର୍ବଜ୍ଞ ଏବଂ ମଙ୍ଗଳରୂପୀ ବିଭୁ ଅତଏବ ଜଳ ଦୁଗ୍ଧ ଆଦି ଧାରା ଦାନର କି ଫଳ ତାହା କହ । ୪୦ ।

 

ସଦାଶିବ ଉବାଚ

 

ଜ୍ୱରପ୍ରତାପଶାନ୍ତ୍ୟର୍ଥଂ ଜଳଧାରା ଶିବପ୍ରିୟା

ଘୃତଧାରା ଶିବେ କାର୍ଯ୍ୟା ଯାବନ୍‌ମନ୍ତ୍ରସହସ୍ରକଂ

ତଦା ବଂଶସ୍ୟ ବିସ୍ତାରୋ ଜାୟତେ ନାତ୍ର ସଂଶୟଃ

। ୪୧ ।

 

ଅର୍ଥ :- ମହାଦେବ କହିଲେ ଜଳରେ ଶିବଙ୍କୁ ଅଭିଷେକ କଲେ ଜ୍ୱରରୋଗ ଶାନ୍ତହୁଏ । ସହସ୍ର ମନ୍ତ୍ର ପଢ଼ି ଘୃତରେ ଅଭିଷେକ କଲେ ବଂଶ ବୃଦ୍ଧିହୁଏ ଏଥିରେ ସଂଶୟ ନାହିଁ । ୪୧ ।

 

ପ୍ରମେହରୋଗଶାନ୍ତ୍ୟର୍ଥଂ ପ୍ରାପ୍ନୁୟାନ୍‌ ମନସୀପ୍ସିତଂ

କେବଳଂ ଦୁଗ୍ଧଧାରା ଚ ତଦା କାର୍ଯ୍ୟା ବିଶେଷତଃ

। ୪୨ ।

 

ଅର୍ଥ :- କେବଳ ଦୁଗ୍ଧରେ ଅଭିଷେକକଲେ ପ୍ରମେହରୋଗ ଶାନ୍ତିହୁଏ ଏବଂ ମନୋବାଞ୍ଛିତ ଫଳମିଳେ । ୪୨ ।

 

ଶର୍କରା ମିଶ୍ରିତା ତତ୍ର ଯଦା ବୁଦ୍ଧିଜଡ଼ୋଭବେତ୍‌

ଶ୍ରେଷ୍ଠବୁଦ୍ଧିର୍ଭବେତ୍ସୋଽପି କୃପୟା ଶଙ୍କରସ୍ୟ ହି

। ୪୩ ।

 

ଅର୍ଥ :- ଦୁଗ୍ଧ ସଙ୍ଗରେ ଶର୍କରା ମିଶାଇ ଅଭିଷେକକଲେ ଶିବଙ୍କ କୃପାରେ ଜଡ଼ବୃଦ୍ଧି ଲୋକର ବୁଦ୍ଧି ମାର୍ଜିତ ହୁଏ । ୪୩ ।

 

ଶତ୍ରୁଣାଂ ତାପନାର୍ଥଂ ବୈ ତୈଳଧାରା ଶିବାୟ ଚ

ବାସିତେନୈବ ତୈଳେନ ଭୋଗବୃଦ୍ଧିଃ ପ୍ରଜାୟତେ

। ୪୪ ।

 

ଅର୍ଥ :- ଶିବଙ୍କ ଶିରରେ ତୈଳଧାରା ଦେଲେ ଶତ୍ରୁର ସନ୍ତାପ ବୃଦ୍ଧିହୁଏ । ସୁବାସିତ ତୈଳଧାରା ଦେଲେ ଭୋଗ ବୃଦ୍ଧି ହୁଏ । ୪୪ ।

 

ସ୍ୱଗୃହେ କଳହୋ ନିତ୍ୟଂ ଯଦା ଚୈବ ପ୍ରଜାୟତେ

ଦୁଗ୍ଧଧାରାକୃତାୟାଂ ବୈ ସର୍ବଦୁଃଖଂ ବିଲୀୟତେ

। ୪୫ ।

 

ଅର୍ଥ :- ଯାହାର ନିତ୍ୟ ଗୃହରେ କଳହ ଲାଗିଥିବ ସେ ଯେବେ ଶିବଙ୍କ ଶିରରେ ଦୁଗ୍ଧଧାରା ଦିଏ ତାହାର ସେ ସବୁ ଶାନ୍ତହୋଇ ସର୍ବଦୁଃଖ ନଷ୍ଟ ହୋଇଯାଏ । ୪୫ ।

 

ସାର୍ଷପେନ୍ମୈବ ତୈଳେନ ଶତ୍ରୁନାଶୋଭବେଦିହ

ମଧୁନା ଯକ୍ଷ୍ମରାଜୋଽପି ଗଚ୍ଛେବ୍ବୈ ଶିବପୂଜନାତ୍‌

। ୪୬ ।

 

ଅର୍ଥ :- ସୋରିଷତେଲ ଧାରା ଶିବଙ୍କଶିରରେ ଦେଲେ ଶତ୍ରୁ ନାଶହୁଏ । ମହୁରେ ଅଭିଷେକ କଲେ ରାଜଯକ୍ଷ୍ମା ରୋଗ ନାଶହୁଏ ।

 

ଧାରା କେକ୍ଷୁଭସସ୍ୟାପି ନାନା ସୁଖକରୀ ସ୍ମୃତା

ଗଙ୍ଗାଜଳସମୁଭୂତା ଧାରା ମୋକ୍ଷଫଳପ୍ରଦା

। ୪୭ ।

 

ଅର୍ଥ :- ଆଖୁ ରସରେ ଅଭିଷେକ କଲେ ନାନାପ୍ରକାର ସୁଖଲାଭ ହୁଏ ଓ ଗଙ୍ଗା ଜଳରେ ଅଭିଷେକ କଲେ ମୋକ୍ଷଫଳ ଲାଭହୁଏ । ୪୭ ।

 

ଇତି ପ୍ରଥମତନ୍ତ୍ରଃ

 

ଦ୍ୱିତୀୟତନ୍ତ୍ରଃ

 

ଶିବପୂଜା ପ୍ରୟୋଗର ଆବଶ୍ୟକ ପଦାର୍ଥ

ଅଶ୍ୱସ୍ଥାନାଦ୍ଗଜସ୍ଥାନାଦ୍‌ ଗୋଗୃହାନ୍‌ ମୃଦମାନୟେତ୍

ଅଶ୍ୱତ୍ଥଦର୍ଭମୂଳାଚ୍ଚ ଶମୀମୂଳାର୍ତ୍ତଥୈବ ଚ

। ୧ ।

 

ଅର୍ଥ :- ଅଶ୍ୱଶାଳ, ଗଜଶାଳ ଓ ଗୋରୁଗୁହାଳରୁ ମାଟିଆଣିବ, ସେହିପରି ଅଶ୍ୱତ୍ଥମୂଳ, କୁଶମୂଳ ଓ ଶମୀବୃକ୍ଷମୂଳରୁ ମାଟି ଆଣିବ । ୧ ।

 

ରାଜଦ୍ୱାରାତ୍ରମୁଳାଚ୍ଚ ବଲ୍ମୀକାତ୍‌ ସିନ୍ଧୁସଙ୍ଗମାତ୍‌

ତଥାଶୁଷ୍କସରାତ୍ସର୍ବାଃ ଖାନର୍ୟତ୍ୱାଭିଚୂର୍ଣ୍ଣୟେତ୍‌

। ୨ ।

 

ଅର୍ଥ :- ରାଜଦ୍ୱାରର ମୃତ୍ତିକା, ଆମ୍ବଗଛମୂଳରମାଟି, ହୁଙ୍କାମାଟି, ଗଙ୍ଗାସାଗରସଙ୍ଗମସ୍ଥାନରମାଟି, ଶୁଖିଲାପୋଖରୀମାଟି, ଏ ସମସ୍ତ ମାଟିକି ଆଣି ଚୂର୍ଣ୍ଣ କରିବ । ୨ ।

 

ନାରିକେଳଫଳଂ ଚୈବଂ ପଟ୍ଟଂ ଚୈବାମ୍ରକାଷ୍ଠକଂ

ବିଲ୍ୱଚନ୍ଦନୟୋର୍ବାପି ଅଭାବେ ନିମ୍ବକାଷ୍ଠକଂ

। ୩ ।

 

ଅର୍ଥ :- ଏକ ନାରିକେଳଫଳ ବା ପଟ୍ଟକାଆମ୍ବକାଠ, ବେଲ ବା ଚନ୍ଦନକାଠ ତଦଭାବରେ ନିମ୍ବକାଠ । ୩ ।

 

ସପାଦହସ୍ତପ୍ରମିତଂ ତଦର୍ଦ୍ଧଂ ପରଭାଷତଃ

ଏକାଦଶାଙ୍ଗୁଳୋଚ୍ଚଂ ତୁ ଚତୁଷ୍କୋଣଂ ପ୍ରକଳ୍ପୟେତ୍‌

। ୪ ।

 

ଅର୍ଥ :- ସୱାହାତ ଲମ୍ବା ହାତେ ଓସାର ଏଗାର ଆଙ୍ଗୁଳି ଉଚ୍ଚ ଗୋଟିଏ ଚୌକଣିଆ ତିଆର କରିବ । ୪ ।

 

ସପାଦସେଭକେନାର୍ପ ତାମ୍ରପାତ୍ରଂ ବିଶେଷତଃ

ଶିବଲିଙ୍ଗସ୍ଥିତେରର୍ଥେ ବର୍ତ୍ତୁଳଂ ବିଧୂବିମ୍ବବତ୍‌

। ୫ ।

 

ଅର୍ଥ :- ସୱାସେର ପରିମିତ ଗୋଟାଏ ତାମ୍ରପାତ୍ର ଚନ୍ଦ୍ରବିମ୍ବପରି ବର୍ତ୍ତୁଳାକାର ହୋଇଥିବ ତାହା ଶିବଲିଙ୍ଗ ସ୍ଥାପନାର୍ଥରେ ଆୟୋଜନ କରିବ । ୫ ।

 

ମଣ୍ଡଳାରୋପଣାର୍ଥଂ ଚ କଦଳୀସ୍ତମ୍ଭକା ଶୁଭାଃ

ସ୍ଥୂଳାଶ୍ଚ ସରଳାଶ୍ଚୈବ ଅତ୍ୟୁଚ୍ଚାଃ ସପ୍ତସଂଙ୍ଖ୍ୟକାଃ

। ୬ ।

 

ଅର୍ଥ :- ମଣ୍ଡଳ ନିର୍ମାଣାର୍ଥକଦଳୀର ସ୍ତମ୍ଭ ଶୁଭ ସେ ଯେପରି ମୋଟ ଓ ସରଳ ହୋଇଥିବ ଏବଂ ଏଗାରହାତ ଉଚ୍ଚ ନ୍ୟୁନପକ୍ଷରେ ସାତହାତ ଉଚ୍ଚ ହୋଇଥିବ । ୬ ।

 

ନବାମ୍ରତରୁଜା ଶାଖା ସୁଦୀର୍ଘା ସରଳା ଶୁଭାଃ

ସପୁଷ୍ପଲଘୁବୃକ୍ଷାଶ୍ଚ ଘ୍ରାଣତର୍ପଣକାରଣାଃ

। ୭ ।

 

ଅର୍ଥ :- ଆମ୍ବଗଛର ନୂତନଡାଳ ରଖିବ । ସେ ଯେପରି ସରଳା ଆଉ ସୁଦୀର୍ଘ ହୋଇଥିବ । ଆଉ ଘ୍ରାଣର ତୃପ୍ତିନିମିତ୍ତ ଫୁଲଥିବ ଛୋଟ ଛୋଟ ବୃକ୍ଷ ମଣ୍ଡଳର ଚାରିପାଖରେ ଲଗାଇଦେବ । ୭ ।

 

କଳଶୋ ମୃଦଭାଣ୍ଡାନି ସଙ୍ଖ୍ୟୟାଦଶପଞ୍ଚ ଚ

ସୁସୂକ୍ଷ୍ମଂ ଭଜନୀଚୂର୍ଣ୍ଣଂ ପଞ୍ଚପଲ୍ଲବକାନି ଚ

ତୋରଣାନି ବିଚିତ୍ରାଣି ସପୁଷ୍ପଫଳକାନ୍ୟପି

। ୮ ।

 

ଅର୍ଥ :- ମାଟିର କଳଶ ପନ୍ଦରଗୋଟି, ଅତିସୂକ୍ଷ୍ମ ହଳଦୀଚୂନା, ପଞ୍ଚପଲ୍ଲବ, ଫଳ ପୁଷ୍ପ ସହିତ ବିଚିତ୍ର ତୋରଣମାନ ରଖିବ । ୮ ।

 

ପଞ୍ଚରତ୍ନଂ ପତାକାଚ ହନୁମନ୍‌ମୂର୍ତ୍ତିସଂଯୁତା

ଶୁଭ୍ରବସ୍ତ୍ରା ଶୁଭାକାରା ତଦିର୍ଥେ ଦଣ୍ଡମୁତ୍ତମଂ

। ୯ ।

 

ଅର୍ଥ :- ପଞ୍ଚରତ୍ନ, ହନୁମାନ ମୂର୍ତ୍ତିଯୁକ୍ତ, ଶୁଭ୍ରବସ୍ତ୍ର ଶୁଭାକାରା ପତାକା, ତନ୍ନିମିତ୍ତି ଉତ୍ତମଦଣ୍ଡ ଆୟୋଜନ କରିବ । ୯ ।

 

ସୂତ୍ରଂ ଚ ରକ୍ତପୀତଂ ବା ଗୋମୟଂ ପୀତମୁତ୍ତିକା

। ୧୦ ।

ରୋଚନାଽପ୍ୟକ୍ଷତାନ୍ୟେଦି ସର୍ଷପଃ ପୀତବର୍ଣ୍ଣକଃ

ଦୁଗ୍ଧଂ ଗଙ୍ଗୋଦକଂ ଚୈବ ଉପବୀତାନି ଚନ୍ଦନଂ

। ୧୧ ।

ପୁଷ୍ପାଣି କରବୀରାଣି ବିଲ୍ୱପତ୍ରାଣି ନିତ୍ୟଶଃ

ଦୁର୍ବାଙ୍କୁରାଣି ଧତ୍ତୁରଫଳପୁଷ୍ପାଣି ନିତ୍ୟଶଃ

। ୧୨ ।

 

ଅର୍ଥ :- ନାଲ ବା ହଳଦିଆସୂତା, ଗୋମୟ, ପୀତବର୍ଣ୍ଣ ମୃତ୍ତିକା, ଗୋରୋଚନା ଅକ୍ଷତ, ପୀତବର୍ଣ୍ଣ ସୋରିଷ, ଦୁଗ୍ଧ, ଗଙ୍ଗୋଦକ, ଉପବୀତ, ଚନ୍ଦନ, କରବୀରପୁଷ୍ପ; ବିଲ୍ୱପତ୍ର, ଦୁବନାଡ଼, ଦୁଦୁରାଫୁଲ । ୧୦ । ୧୧ । ୧୨ ।

 

ଅଷ୍ଟଗନ୍ଧଂ ସୁଦୀପୌ ଦୌ ଗୋଘୃତଂ ବର୍ତ୍ତିକାସ୍ତଥା

କର୍ପୂରଂ ଚୈବ ନୈବେଦ୍ୟଂ ଫଳାନି ବିବିଧାନ୍ୟପି

। ୧୩ ।

 

ଅର୍ଥ :- ଅଷ୍ଟଗନ୍ଧ, ଉତ୍ତମଦୀପ ଦୁଇଗୋଟା, ଗୁଆଘିଅ, ବତି, କର୍ପୂର; ନୈବେଦ୍ୟ ନାନାପ୍ରକାର ଫଳ । ୧୩ ।

 

ପୂଗୀଫଳଂ ଲବଙ୍ଗାନି ତାମ୍ବୁଳସହିତାନି ବା

ନିତ୍ୟଂ ଜାତୀଫଳଂ ତ୍ୱେକମୂପହାରାର୍ଥମାହରେତ୍‌

। ୧୪ ।

 

ଅର୍ଥ :- ପୂଗୀଫଳ, ଲବଙ୍ଗ, ତାମ୍ବୂଳ, ଜାଇଫଳ, ଏସବୁ ପଦାର୍ଥ ଉପହାର ନିମିତ୍ତ ଆୟୋଜନ କରିବ । ୧୪ ।

 

ଯତ୍‌ ପଦାର୍ଥନ୍ତୁ ମୁଖ୍ୟତ୍ୱାତ୍‌ କାର୍ଯ୍ୟସିଦ୍ଧୌ ବିନଶ୍ଚିତଂ

ରୁଦ୍ରାଣାଂ ସଂଖ୍ୟୟା ନିତ୍ୟମେକବିଂଶାଧିକଂ ଶତଂ

। ୧୫ ।

 

ଅର୍ଥ :- ପ୍ରଥମ ତନ୍ତ୍ରରେ ଯେଉଁସବୁ ପଦାର୍ଥ କୁହାଯାଇଅଛି କାର୍ଯ୍ୟସିଦ୍ଧିବିଷୟରେ ସେ ସବୁ ପ୍ରଧାନ । ରୁଦ୍ରର ସଂଖ୍ୟା ଏକୋଇଶଶ । ୧୫ ।

 

ଅଥ ବୈକାଦଶାନ୍ୟେବ ଶତାନି ପରିକଳ୍ପୟେତ୍‌

ଅସ୍ୟାଗ୍ରେ ତୁ ଯଥା କାର୍ଯ୍ୟଂ ଗୌରବଂ ଲାଭାବଂ ତଥା

। ୧୬ ।

 

ଅର୍ଥ :- ଅଥବା ଏଗାରଶ ରୁଦ୍ର ନିର୍ମାଣ କରିବ କିନ୍ତୁ ଏହା ମଧ୍ୟରୁ ପ୍ରଥମକୁ ଯେପରି ନିର୍ମାଣ କରିବ ସବୁ ସେହିପରି କରିବ । ୧୬ ।

 

ତାବତ୍‌ ସଂଖ୍ୟାକ୍ଷତାନ୍ୟୈବ ଦଶାଶଂ ହବନଂ କରେତ୍‌

ହବ୍ୟଂ ସଶର୍କରଂ ଚୈବ ସୁଚୂର୍ଣ୍ଣିତଫଳୈ ର୍ଭବେତ୍‌

। ୧୭ ।

ଶୁଷ୍କୈର୍ନାନାବିଧୈରେବ ନାନାଦେଶୀୟସମ୍ଭବୈଃ

ସପାଦପାଦଂ ସେରଂ ତୁ ନିତ୍ୟମାନଂ ବିଧୀୟତେ

। ୧୮ ।

ପାଳାଶଂ ଚାମ୍ରଜଂ ବାପି ହବ୍ୟକାଷ୍ଠଂ ସମାନୟେତ୍‌

। ୧୯ ।

 

ଅର୍ଥ :- ତେତିକି ସଂଖ୍ୟାରେ ଅକ୍ଷତରେ ହୋମ କରିବ । ଆଉ ଜପର ଦଶଭାଗ ହୋମ କରିବ । ହୋମ କଲାବେଳେ ଗୁଆଘିଅରେ ଶର୍କରା ଦେଇ ହୋମ କରିବ ଏବଂ ନାନାବିଧ ଓ ନାନାଦେଶ ଜାତ ଶୁଷ୍କ ଫଳକୁ ଉତ୍ତମରୂପେ ଚୂର୍ଣ୍ଣ କରି ସୱାପାସେରେ ପରିମିତ କରିବା ବିହିତ । ଏହାର ସମାନ ଶର୍କରା ଦେଇ ହୋମ କରିବ । ଆଉ ହୋମର କାଷ୍ଠ ଆମ୍ବ ବା ପଳାଶ କରିବ । ୧୭ । ୧୮ । ୧୯ ।

 

ନବଗ୍ରହାଣାଂ ପ୍ରୀତ୍ୟର୍ଥଂ ସମିଧୌ ନବସଂଖ୍ୟକାଃ

ପ୍ରାଦେଶମାତ୍ରାଃ ସରଳାଃ ସୁସ୍ନିଗ୍ଧା ସ୍ତ୍ୱତକଣ୍ଡିତାଃ

। ୨୦ ।

ଅର୍କଃ ପଳାଶ ଖଦିରୌ ଅପାମାର୍ଗୋଽଥ ପିପ୍ପଳଃ

ଔଦୁମ୍ବରଃ ଶମୀ ଦୁର୍ବା କୁଶାଶ୍ଚ ସମିଧଃ କ୍ରମାତ୍‌

। ୨୧ ।

 

ଅର୍ଥ :- ନବଗ୍ରହଙ୍କ ପ୍ରୀତି ନିମିତ୍ତ ପ୍ରାଦେଶ ପରିମିତ ସରଳ ଚିକ୍କଣ ଅବ୍ରଣ ନଅଜାତି ସମିଧ କରିବ । ସେହି ସମିଧମାନଙ୍କର ନାମ ଯଥା-ଅର୍କ, ପଳାଶ, ଖଦିର, ଅପାମାର୍ଗ, ପିପ୍ପଳ, ଔଦୁମ୍ବର, ଶମୀ, ଦୁବ, କୁଶ, । ୨୧ ।

 

ନବବସ୍ତ୍ରଂ ଶୁଭ୍ରବର୍ଣ୍ଣଂ ହସ୍ତୈଃ ସାର୍ଦ୍ଧଦ୍ୱୟାନ୍ମିତଂ

ମଣ୍ଡପାଚ୍ଛାଦନାର୍ଥଂ ଚ ଶୁଭ୍ରଂ ମଣ୍ଡପସମ୍ମିତଂ

ପୁଷ୍ପଦାମାଦିକଂ ନିତ୍ୟଂ ପୂର୍ବତଃ ପରିସଞ୍ଚୟେତ୍‌

। ୨୨ ।

 

ଅର୍ଥ :- ଅଢ଼େଇହାତ ପରିମାଣରେ ନୂତନ ଶୁକ୍ଳ ବସ୍ତ୍ର ଓ ମଣ୍ଡପ ଆଛାଦନନିମିତ୍ତ ମଣ୍ଡପପରିମାଣରେ ଶୁକ୍ଳବସ୍ତ୍ର, ଏବଂ ପୁଷ୍ପମାଳା ଏହା ସବୁ ପ୍ରତିଦିନ ଆୟୋଜନ କରୁଥିବ । ୨୨ ।

 

ଆଚାର୍ଯ୍ୟବରଣ ବିଧି

 

ଆଚାର୍ଯ୍ୟବରଣାର୍ଥେ ବା ପୈତ୍ତଳଂ ଚ କମଣ୍ଡଳୁଂ

 

ଅଷ୍ଟୋତ୍ତରଶତୀ ମାତା ରୁଦ୍ରାକ୍ଷୀଚାସନଂ ଶୁଭଂ

। ୨୩ ।

ଗୋମୁଖୀ ରକ୍ତବର୍ଣ୍ଣା ବା ଅଧୋବସ୍ତ୍ରେ ସୁଶୁଭ୍ରକେ

ସୌବର୍ଣ୍ଣୀ ଚାନ୍ଦ୍ରିକୀ ବାପି ଦକ୍ଷିଣା ପୁଷ୍ପଳା ତଥା

। ୨୪ ।

ସୁକୁଳୀନାୟ ଶାନ୍ତାୟ ଋଜବେ ସାଂପ୍ରଦାୟିକେ

ଦତ୍ତ୍ୱା ଚୈତାନ ବସ୍ତୂନି ଶିବମାରାଧୟେତ୍ତତଃ

। ୨୫ ।

 

ଅର୍ଥ :- ଆଚାର୍ଯ୍ୟ ବରଣାର୍ଥ ପିତଳର କମଣ୍ଡଳୁ, ଅଷ୍ଟୋତ୍ତରଶତୀ ରୁଦ୍ରାକ୍ଷମାଳା, ଉତ୍ତମ ଶୁଭ ଆସନ, ରକ୍ତବର୍ଣ୍ଣ ଗୋମୁଖୀ, ଉତ୍ତମ ଶୁଭ୍ର ଧୋତିଚଦର, ସୁବର୍ଣ୍ଣ ବା ରୂପାର ଦକ୍ଷିଣା, ଶାନ୍ତ ସୁକୁଳୀନ ସରଳ ସାମ୍ପ୍ରାଦାୟିକ ବ୍ରାହ୍ମଣକୁ ଦେଇ ତତ୍ପରେ ଶିବପୂଜା କରିବ । ୨୫ ।

 

ଅଥ କାଳନିର୍ଣ୍ଣୟଃ

 

ସିଦ୍ଧିଯୋଗେଽମୃତେଚୈବ ସୁମୂହୂର୍ତ୍ତେଽଥବା ତଥା

ଦେବୋତ୍ଥାନେ ଶୁଭେ ପକ୍ଷେ ଅସ୍ତାଦିକବିବର୍ଜିତେ

। ୨୬ ।

ଉଦିତେ ଜନ୍ମଲଗ୍ନେଶମୁହୂର୍ତ୍ତେଶୌ ବିଶେଷତଃ

ଶୁଦ୍ଧେଽଷ୍ଟମେ ଦ୍ୱାଦଶେ ଚ କ୍ରିୟାମାଦୌ ସମାରଭେତ୍‌

। ୨୭ ।

 

ଅର୍ଥ :- ସିଦ୍ଧିଯୋଗରେ ଅମୃତଯୋଗରେ ଉତ୍ତମ ମୁହୂର୍ତ୍ତରେ ଦେବୋତ୍ଥାନକାଳରେ ଶୁଭପକ୍ଷରେ ଅସ୍ତାଦିଦୋଷରହିତରେ ଜନ୍ମଲଗ୍ନପତି ଓ ମୁହୂର୍ତ୍ତପତିର ଉଦୟକାଳରେ ଅଷ୍ଟମ ଓ ଦ୍ୱାଦଶ ଶୁଦ୍ଧିରେ କର୍ମ ଆରମ୍ଭ କରିବ । ୨୭ ।

 

ନାପତ୍‌କାଳେ ହ୍ୟାତୁରେ ଚ ବିଚାରଃ କାଳକୃଦ୍ବୁଧୈଃ

କେବଳଂ ଲଗ୍ନମାତ୍ରସ୍ୟ ଶୁଦ୍ଧତାମଭିଲୋକୟେତ୍‌

। ୨୮ ।

ସର୍ବଂ ପାତ୍ରେଷୁ ସଂସ୍ଥାପ୍ୟ ତତଃ ପୂଜାଂ ସମାଚରେତ୍‌

ନ ତାବଦାରଭେତ୍‌ ପୂଜାଂ ନ ଯାବତ୍‌ ସଞ୍ଚୟୋ ଭବେତ୍‌

। ୨୯ ।

 

ଅର୍ଥ :- କାଳଜ୍ଞ ପଣ୍ଡିତମାନେ କହିଛନ୍ତି ଆପତ୍କାଳରେ ଆତୁର ସମୟରେ ଏ ସବୁ ବିଚାର କରିବ ନାହିଁ । କେବଳ ଲଗ୍ନ ଶୁଦ୍ଧି କି ଦେଖିବ । ସମସ୍ତ ଦ୍ରବ୍ୟ ପାତ୍ରରେ ରଖି ତତ୍ପରେ ପୂଜା ଆରମ୍ଭ କରିବ ଯେ ପର୍ଯ୍ୟନ୍ତ ଦ୍ରବ୍ୟ ସଂଗ୍ରହ ହୋଇନାହିଁ ସେପର୍ଯ୍ୟନ୍ତ ପୂଜା ଆରମ୍ଭ କରିବ ନାହିଁ । ୨୮ । ୨୯ ।

 

ଅଥ ଦେଶସ୍ଥାନନିର୍ଣ୍ଣୟଃ

 

ଏକାନ୍ତେ ବିଜନେ ଚୈବ ଜନସମାଦବର୍ଜିତେ

ଜଳାଶୟେ ସ୍ୱଗୃହେ ବା ତଥା ଦେବାଦିମନ୍ଦିରେ

। ୩୦ ।

 

ଅର୍ଥ :- ଏକାନ୍ତ ସ୍ଥାନରେ, ନିର୍ଜନ ସ୍ଥାନରେ, ଜନସମାଜରହିତ ସ୍ଥାନରେ, ଜଳାଶୟରେ ବା ସ୍ୱଗୃହରେ ଅଥବା ଦେବମନ୍ଦିରରେ ପୂଜା ଆରମ୍ଭ କରିବ । ୩୦ ।

 

ଗତ୍ୱା ସ୍ନାନକ୍ରିୟାଂ କୃତ୍ୱା ତଥା ନିତ୍ୟକ୍ରିୟାଂ ପୁନଃ

ବିଧିନା ମଣ୍ଡପଂ କୁର୍ଯ୍ୟାତ୍ତଚ୍ଚୈବ ପ୍ରଥମେଽହନି

। ୩୧ ।

 

ଅର୍ଥ :- ସ୍ନାନକ୍ରିୟା ଓ ନିତ୍ୟକ୍ରିୟା ସାରି ପ୍ରଥମ ଦିବସରେ ବିଧି ପୂର୍ବକ ପୂଜାମଣ୍ଡପ କରିବ । ୩୧ ।

——————

 

ଅଥ ମଣ୍ଡପରକନାପ୍ରାରମ୍ଭଃ

 

ତତ୍ରାଦୌ କଥିତସ୍ଥାନେ ଶୁଦ୍ଧୟାଂ ଭୂମୌ ଗୋମୟମିଶ୍ରିତଆମ୍ରମୂଳବଲ୍ମୀକମୃତ୍ତିକାବ୍ୟାଂ ସହ ପୀତବର୍ଣ୍ଣମୃତ୍ତିକୟୋପଲିପ୍ୟ ତନ୍ମଧ୍ୟେ ଦ୍ୱାବିଂଶତିହସ୍ତପରିମିତସୀମ୍ନା ଉତ୍ତରଦ୍ୱାରସହିତଂ ଚତୁଷ୍କୋଣମଣ୍ଡପଂ କୁର୍ଯ୍ୟାତ୍‌ । ତସ୍ୟ ପୂର୍ବସୀମାଂ ପଞ୍ଚହସ୍ତପ୍ରମିତାଂ କୁଶମୂଳମୃତ୍ତିକୟା କୁର୍ଯ୍ୟାତ୍‌ । ତଥା ପଶ୍ଚିମଦିକ୍‌ସୀମାଂ ପଞ୍ଚହସ୍ତପ୍ରମିତାଂ ସିଦ୍ଧୁସଙ୍ଗମମୃତ୍ତିକୟା ।

 

ଅର୍ଥ :- ପ୍ରଥମ ପୂର୍ବକଥିତସ୍ଥାନରେ ଶୁଦ୍ଧଭୂମିକୁ ଆମ୍ବମୂଳମାଟି ଓ ହୁଙ୍କାମାଟିରେ ଗୋବର ଓ ପୀତବର୍ଣ୍ଣମାଟି ମିଶାଇ ଲିପି ତା ମଧ୍ୟରେ ୨୨ ହାତ ପରିମାଣରେ ଗୋଟିଏ ଚତୁଷ୍କୋଣ ମଣ୍ଡପ କରିବ ଓ ତାହାର ଦ୍ୱାର ଉତ୍ତରକୁ କରିବ । କୁଶମୂଳ ମୃତ୍ତିକାରେ ତାହାର ପୂର୍ବଭାଗକୁ ପାଞ୍ଚହାତ ପରିମାଣରେ ନିର୍ମାଣ କରିବ ଓ ପଶ୍ଚିମଦିଗରୁ ପାଞ୍ଚହାତ ସାଗର ସଙ୍ଗମ ମୃତ୍ତିକାରେ କରିବ ।

 

ଏବ ଦକ୍ଷିଣଦିକ୍‌ସୀମା ଷଡ଼୍‌ହସ୍ତପ୍ରମିତା ଧେନୁସ୍ଥାନମୃତ୍ତିକୟା ତଦ୍ଗତ୍‌ ଉତ୍ତରଦିକ୍‌ସୀମା ଷଡ଼୍‌ହସ୍ତପ୍ରମିତା ବଲ୍ମୀକମୃତ୍ତିକୟା ତସ୍ୟାଂ ଦ୍ୱିହସ୍ତପ୍ରମିତଂ ଦ୍ୱାରଂ କୃତ୍ୱା ଦେହଲ୍ୟାଂ ରାଜଦ୍ୱାରମୃତ୍ତିକାଂ କ୍ଷିପେତ୍‌ ।

 

ଅର୍ଥ-ସେହିପରି ଦକ୍ଷିଣଭାଗରୁ ଛହାତ ଗୋରୁଗୁହାଳମୃତ୍ତିକାରେ ଓ ଉତ୍ତରଦିଗରୁ ଛହାତ ହୁଙ୍କାମାଟିରେ ତିଆର କରି ତହିଁରେ ଦ୍ୱିହସ୍ତପରିମିତ ଗୋଟିଏ ହାର କରିବ । ଦେହଳିରେ ରାଜଦ୍ୱାର ମୃତ୍ତିକା ପକାଇବ । ୦ ।

 

ପୁନର୍ଦ୍ୱାରାଗ୍ରେ ବାମଭାଗେ ସପାଦହସ୍ତ ପ୍ରମିତାଂ ସରଳାଂ ସମ୍ମୁଖୀଭୂତାଂ ଗଜସ୍ଥାନମୃତ୍ତିକୟା ବାମଭୁଜାଂ କୁର୍ଯ୍ୟାତ୍‌ । ତଦ୍ଗଦ୍‌ ଦକ୍ଷିଣଭାଗେଽପି ସପାଦହସ୍ତପ୍ରମିତାଂ ଅଶ୍ୱସ୍ଥାନମୃତ୍ତିକୟା ଦକ୍ଷଭୁଜାଂ କୁର୍ଯ୍ୟାତ୍ ।

 

ଅର୍ଥ :- ପୁନର୍ବାର ଦ୍ୱାରର ଆଗରେ ବାମଭାଗରେ ପାଞ୍ଚପା ପରିମାଣରେ ସରଳ ସମ୍ମୁଖୀଭୂତ ବାମଭୁଜ ଗଜସ୍ଥାନମୃତ୍ତିକାଦ୍ୱାରା ନିର୍ମାଣ କରିବ । ସେହପରି ଦକ୍ଷିଣଭାଗରେ ଅଶ୍ୱସ୍ଥାନମୃତ୍ତିକାଦ୍ୱାରା ପାଞ୍ଚପା ପରିମାଣରେ ଦକ୍ଷିଣଭୁଜ କରିବ । ୦ ।

 

ତତ୍ପଶ୍ଚାନ୍ମଣ୍ଡପମଧ୍ୟେ ଦେଶେ ବଲ୍ମୀକମୃତ୍ତିକୟା ସର୍ବତଃ ସପାଦହସ୍ତପ୍ରମିତମଧ୍ୟଂ ଶିଖରାକାରଂ ଏକାଦଶାଙ୍ଗୁଳୋଚ୍ଚମଷ୍ଟଦଳପଦ୍ମଂ ଯଦ୍ୱା ପୂର୍ଣ୍ଣଚନ୍ଦ୍ରମଣ୍ଡଳବତ୍‌ କୈଳାସଂ ବିଭତ୍ୟ ତସ୍ୟୋପରି ତାମ୍ରପାତ୍ରଂ ନିଧାୟ ଅଗ୍ରଭାଗେ ଦ୍ୱାରସମ୍ମୁଖେ ଈଶାନକୋଣାଶ୍ରିତାର୍ଦ୍ଧଃ ବିବରଂ ବର୍ତ୍ତୁଳଂ ନିଖନେତ୍‌ ପ୍ରାଦେଶମାତ୍ରାଦପ୍ୟଧିକମିତି ମାନଂ ।

 

ଅର୍ଥ :- ତତ୍ପଶ୍ଚାତ୍‌ ମଣ୍ଡପର ମଧ୍ୟରେ ହୁଙ୍କାମାଟିଦ୍ୱାରା ପାଞ୍ଚପା ପରିମାଣରେ ଶିଖରାକାର ଏଗାର ଆଙ୍ଗୁଳ ଉଚ୍ଚ ଅଷ୍ଟଦଳପଦ୍ମ କରିବ । ଅଥବା ପୂର୍ଣ୍ଣଚନ୍ଦ୍ରମଣ୍ଡଳବତ୍‌ କୈଳାସ ନିର୍ମାଣ କରିବ । ତାହା ଉପରେ ତାମ୍ରପାତ୍ର ରଖି ଅଗ୍ରଭାଗ ଦ୍ୱାରସମ୍ମୁଖରେ ଈଶାନକୋଣରେ ବର୍ତ୍ତୁଳାକାର ଅର୍ଦ୍ଧ ବିବର ଖୋଳିବ । ସେ ଯେପରି ପ୍ରାଦେଶରୁ ଅଧିକ ହେବ । ୦ ।

 

ବିବରସ୍ୟ ଦକ୍ଷିଣଭାଗେ ମଣ୍ଡଳସ୍ୟେଶାନକୋଣସମ୍ମୁଖେ ଅଗ୍ନିସ୍ଥାପନହେତୁତ୍ୱାତ୍‌ ସୁଚୂର୍ଣ୍ଣିତକୁଶମୂଳମୃତ୍ତିକୟା ସାର୍ଦ୍ଧଦ୍ୱୟହସ୍ତ ପରିମିତସୀମ୍ନା ତ୍ର୍ୟଙ୍ଗୁଳୋଚ୍ଚାଂ ତତୁଷ୍କୋଣଦବେଦିକାଂ କୁର୍ଯ୍ୟାତ୍‌ । ମଣ୍ଡଳସ୍ୟେଶାନକୋଣେ କଳସସ୍ଥାପନଂ ।

 

ଅର୍ଥ :- ବିବରର ଦକ୍ଷିଣଭାଗରେ ମଣ୍ଡଳର ଈଶାନକୋଣସମ୍ମୁଖରେ ଅଗ୍ନିସ୍ଥାପନସକାଶେ ସୁଚୂର୍ଣ୍ଣିତ କୁଶମୂଳ ମୃତ୍ତିକା ଦ୍ୱାରା ଅଢ଼େଇହାତ ପରିମାଣରେ ତିନିଅଙ୍ଗୁଳିଉଚ୍ଚରେ ଗୋଟିଏ ଚାରି କୋଣିଆ ବେଦି କରିବ । ମଣ୍ଡଳର ଈଶାନକୋଣରେ କଳଶ ସ୍ଥାପନ କରିବ । ୦ ।

 

ମଣ୍ଡଳସ୍ୟ ପୂର୍ବଦିଶାୟାଂ ଶିବଶିଖରଦକ୍ଷଭାଗେ ସମୀପେ ଚୈବ ତୀର୍ଥାବାହନହେତୁତ୍ୱାତ୍‌ ପ୍ରାଦେଶମାତ୍ରଚତୁଃସୀମାସହିତଂ ପ୍ରାଦେଶମାତ୍ରାଗାଧଂ ଚ ତତୁଃକୋଣବିବରଂ ନିଖନେତ୍‌ ।

 

ଅର୍ଥ :- ମଣ୍ଡଳର ପୂର୍ବଦିଗରେ ଶିବଶିଖରର ଦକ୍ଷିଣଭାଗନିକଟରେ ତୀର୍ଥାବାହନସକାଶେ ପ୍ରାଦେଶ ପରିମିତ ଦୀର୍ଘ ପ୍ରତି ପ୍ରାଦେଶ ପରିମିତ ଗର୍ତ୍ତର ଗଭୀର ଓ ଚାରି କୋଣିଆ କରି ଗୋଟିଏ ଗର୍ତ୍ତ ଖୋଳିବ ।

 

ଶିଖରସ୍ଥଲିଙ୍ଗମୁତ୍ତରାଭିମୁଖଂ ତସ୍ୟ ବାମଭାଗେ ପୂର୍ବାଭିମୁଖମାଚାର୍ଯ୍ୟାସନଂ ତୟୋର୍ମଧ୍ୟେ ପୁସ୍ତକସ୍ଥାପନାୟ ଚନ୍ଦନାଦିନିର୍ମିତକାଷ୍ଠପଟ୍ଟଂ ।

 

ଅର୍ଥ :- ଶିଖରସ୍ଥିତ ଲିଙ୍ଗକୁ ଉତ୍ତରାଭିମୁଖ କରି ତାହାର ବାମଭାଗେ ପୂର୍ବମୁଖ କରି ଆଚାର୍ଯ୍ୟର ଆସନ ରଖିବ । ସେ ଦୁହିଙ୍କ ମଧ୍ୟରେ ପୁସ୍ତକ ରଖିବା ନିମିତ୍ତ ଚନ୍ଦନାଦି କାଷ୍ଠ ନିର୍ମିତ ଖଣ୍ଡିଏ ପଟା ରଖିବ ।

 

ମଣ୍ଡଳସ୍ୟବାହ୍ୟଭୌମଦ୍ୱାରଦେଶେ ବାମଭାଗ ଭୁଜପୃଷ୍ଠକକ୍ଷାଭ୍ୟାଂ ହନୁମନ୍‌ମୂର୍ତ୍ତିପତାକାଦଣ୍ଡସହିତା-। ମଣ୍ଡଳସ୍ୟ ଚତୁଷ୍କୋଣେଷୁ ଚତୁଃସଂଖ୍ୟକାଃ କଦଳୀସ୍ତମ୍ଭାଃ ସ୍ଥାପ୍ୟାଃ । ସପ୍ତଶେଷା ତ୍ରୟୋ ଦ୍ୱାରଂ ବିନା ଅନ୍ୟାସୁ ସୀମାସୁ ମଧ୍ୟେ ମଧ୍ୟେ । ସ୍ତମ୍ଭାନାମୁପରି ସର୍ବତସ୍ତୋରଣାନି ଚ ।

 

ଅର୍ଥ :- ମଣ୍ଡଳର ବାହାର ଦ୍ୱାରଦେଶରେ ବାମଭାଗଭୁଜର ପଶ୍ଚାତ୍‌ କକ୍ଷାରେ ହନୁମତ୍‌ମୂର୍ତ୍ତି ଓ ଦଣ୍ଡସହିତ ପତାକା ପୋତି ଦେବ । ମଣ୍ଡଳର ଚାରି କୋଣରେ ଚାରିଗୋଟି କଦଳୀଗଛ ପୋତି ଦେବ । ଅବଶେଷ ସପ୍ତ ଦ୍ୱାରରେ ତିନିଦ୍ୱାର ଛାଡ଼ି ମଧ୍ୟେ ମଧ୍ୟେ ସ୍ତମ୍ଭଉପରେ ତୋରଣ ବାନ୍ଧିବ । ୧୦ ।

 

ମଣ୍ଡଳସ୍ୟ ବାହ୍ୟଭୂମୌ ଚତୁରାଶାସୁ ବିଶେଷେଣ ତୁ ଦ୍ୱାରଭାଗେ ସପୁଷ୍ପଲଘୁବୃକ୍ଷାଶ୍ଚ

। ୧୦ ।

 

ଅର୍ଥ :- ମଣ୍ଡଳର ବାହ୍ୟଭୂମିର ଚାରିଦିଗ ଦ୍ୱାରମାନଙ୍କରେ ପୁଷ୍ପିତ କ୍ଷୁଦ୍ରବୃକ୍ଷ ସ୍ଥାପନ କରିବ । ୧୦ ।

 

ତତ୍ସର୍ବଂ ପ୍ରଥମଦିନେ ବିଧାୟ ତତ୍‌ ପଶ୍ଚାନ୍‌ନିତ୍ୟ କାର୍ଯ୍ୟାଣି ଲିଙ୍ଗନିର୍ମାଣାଦୀନି ପ୍ରତିଦିନଂ ପୂଜନପ୍ରକାରବିଷୟିକତୃତୀୟତନ୍ତ୍ରାନୁସାରେଣ କୁର୍ଯ୍ୟାତ୍‌ । ଇତି ଦ୍ୱିତୀୟତନ୍ତ୍ରଃ । ୧୦ ।

 

ଅର୍ଥ :- ସେ ସବୁ ବିଧାନ ପ୍ରଥମ ଦିନରେ କରି ତତ୍ପରେ ନିତ୍ୟ କାର୍ଯ୍ୟ ଲିଙ୍ଗନିର୍ମାଣ ଆଦି ପ୍ରତିଦିନ ପୂଜା ପ୍ରକାର ତୃତୀୟ ତନ୍ତ୍ର ଅନୁସାରେ କରିବ ।

 

ଇତି ଦ୍ୱିତୀୟ ତନ୍ତ୍ରଃ

 

ତୃତୀୟତନ୍ତ୍ରଃ

 

ମଣ୍ଡଳସଂସ୍କାରଃ ।

 

ଅଥ ତନ୍ତ୍ରୋକ୍ତସକାମଶିବପୂଜନପ୍ରକାରରମାହ । ତତ୍ରାଦାବେକାନ୍ତସ୍ଥାନେ ଜନସଂଘାତବର୍ଜିତେ ପୂର୍ବୋକ୍ତଦ୍ୱିତୀୟତନ୍ତ୍ରାନୁସାରେଣ କୃତମଣ୍ଡପେ ଗତ୍ୱା କୃତନିତ୍ୟକ୍ରିୟୋ ନବବସ୍ତ୍ରଂ ପରିଧାର୍ଯ୍ୟ ଆଚମ୍ୟ ସୁଚୂର୍ଣ୍ଣିତାଶ୍ଚୈକାଦଶମୃତ୍ତିକାଃ ସ୍ୱହସ୍ତେ କୃତ୍ୱା ମୌନମାସ୍ଥାୟ ମନସା ଷଡ଼କ୍ଷରେଣ ମନ୍ତ୍ରଣୈକାଦଶବାରଂ ଶିବଂ ସ୍ମୃତ୍ୱା ସର୍ବତୋ ମଣ୍ଡଳବିଷୟେ ଅନ୍ତର୍ବାହ୍ୟଭୂମୌ ଦଶଦିକ୍ଷୁ ପ୍ରକ୍ଷିପେତ୍‌ । ପୁନଶ୍ଚ ଅପବିତ୍ରଃ ପବିତ୍ରୋତା ସର୍ବାବସ୍ଥାଂ ଗତୋଽପିବା । ଯଃସ୍ମରେତ୍‌ ପୁଣ୍ଡରୀକାକ୍ଷଂ ସବାହ୍ୟାଭ୍ୟନ୍ତରଃ ଶୁଚିଃ । ଓଁ ସଦାଶିବଃ ପୁନାତ୍‌ ମାଂସ୍ଥାନଂ ଚୈବଂ ଇତ୍ୟେତନ୍ମନ୍ତ୍ରଂ ପଠିତ୍ୱା-ଗଙ୍ଗୋଦକମିଶ୍ରିତପଞ୍ଚଗବ୍ୟେନୈକାଦଶକୁଶାଗ୍ରଭାଗୈର୍ବା । ଦୂର୍ବାଙ୍କୁରୈର୍ବା ମଣ୍ଡଳସଂସ୍କାରଂ କୁର୍ଯ୍ୟାତ୍‌।

 

ଅର୍ଥ :- ପ୍ରଥମ ଜନଶୂନ୍ୟ ଏକାନ୍ତ ସ୍ଥାନରେ ଦ୍ୱିତୀୟତନ୍ତ୍ର ଅନୁସାରେ କରିଥିବା ମଣ୍ଡପକୁ ଯାଇ ନିତ୍ୟକର୍ମ ଶେଷକରି ନୂଆଲୁଗା ପିନ୍ଧି ଅଚମନ କରି ସୁଚୂର୍ଣ୍ଣିତ ଏକାଦଶମୃତ୍ତିକା ହାତରେ ଧରି ମୌନହୋଇ ମନମଧ୍ୟରେ ଷଡ଼କ୍ଷର ମନ୍ତ୍ରରେ ଏକାଦଶ ବାର ଶିବଙ୍କୁ ସ୍ମରଣ କରି ମଣ୍ଡଳର ଅନ୍ତର ବାହାର ଦଶଦିଗ ଓ ସବୁ ପ୍ରଦେଶରେ ପକାଇବ । ପୁଣି (ଅପବିତ୍ରଃ ପବିତ୍ରୋବା) ଏହି ମନ୍ତ୍ର ଓ ‘‘ସଦାଶିବ ପୂଜା ତୁ ମା’’ ଏହିମନ୍ତ୍ର ପଢ଼ି ଗଙ୍ଗୋଦକ ମିଶ୍ରିତ ପଞ୍ଚଗବ୍ୟରେ ଏକାଦଶ କୁଶର ଅଗ୍ରଭାଗ ଦ୍ୱାରା କିମ୍ବା ଦୂବନାଡ଼ ଦ୍ୱାରା ମଣ୍ଡଳସଂସ୍କାର କରିବ ।

 

 

ଅଥ ଆସନସଂସ୍କାରଃ ।

 

ଓଁ ପୃଥ୍ୱୀ ତ୍ୱୟା ଧୃତା ଲୋକା ଦେବି ତ୍ୱଂ ବିଷ୍ଣୁନା ଧୃତା । ତ୍ୱଂ ଚ ଧାରୟମାଂ ଦେବି ପବିତ୍ରମାସନଂ କୁରୁ । ଇତ୍ୟେତନ୍ମନ୍ତ୍ରଂ ପଠିତ୍ଵା ପୂର୍ବୋକ୍ତପଞ୍ଚଗବ୍ୟାଦିନା ଆସନସଂସ୍କାରଂ କୁର୍ଯ୍ୟାତ୍‌ । ତତଃ ଶିବଶିଖର ସମୀପବର୍ତ୍ତିବାମଭାଗେ ପୂର୍ବାଭିମୁଖମାସନ ସ୍ଥାନମଭିଷିଞ୍ଚେତ୍‌ । ତତ୍ରାସନମାସ୍ତୀର୍ଯୋପବିଶେତ୍‌ ।

 

ଅର୍ଥ-‘‘ପୃଥ୍ୱି ତ୍ୱୟା ଧୃତା ଲୋକା’’ ଏହି ମନ୍ତ୍ର ପଢ଼ି ପୂର୍ବୋକ୍ତ ପଞ୍ଚଗବ୍ୟାଦିରେ ଆସନ ସଂସ୍କାର କରିବ-। ତତ୍ପରେ ଶିବଶିଖରସମୀପରେ ଥିବା ବାମଭାଗ ଆସନସ୍ଥାନରେ ପୂର୍ବୋକ୍ତ ପଞ୍ଚଗବ୍ୟ ସିଞ୍ଚି ପୂର୍ବକୁ ମୁଖକରି ତହିଁରେ ଆସନ ପକାଇବ । ତାହା ଉପରେ ତଳଲିଖିତ ଉପବେଶନ ମନ୍ତ୍ର ପଢ଼ି ବସିବ ।

 

ଉପବେଶନ ମନ୍ତ୍ର

 

ତଦ୍ପଥା-

 

ବିଦ୍ୟାମୃତାର୍ଥଂ ମଥିତେ ମହାବ୍ଧୌ ଦେବାସୁରୈର୍ବାସୁକିମନ୍ଦରାଦ୍ୟୈଃ

ଭୂମେର୍ମହାବେଗବିଘୃର୍ଣ୍ଣିତାୟାସ୍ତାଂ କୂର୍ମମାଧାରଗତଂ ନମାମି

। ୧ ।

ସମୁଦ୍ରକାଞ୍ଚୀସବିଦୂତ୍ତରୀୟା ବସୁନ୍ଧରା ମେରୁକିରୀଟଭାରା

ଦନ୍ତାଗ୍ରତୋୟେନ ସମୁଦ୍ଧତାଭୂସ୍ତମାଦିକୋଳଂ ଶରଣଂ ପ୍ରପଦ୍ୟେ

। ୨ ।

 

ଇତ୍ୟୁପବେଶ୍ୟ ଚନ୍ଦନାଦିକାଷ୍ଠକୃତପଟ୍ଟଂ ତୁ ଶିବଶିଖରାସନୟୋର୍ମଧ୍ୟଦେଶେ ସମାଧାୟ ତସ୍ୟୋପରି ପୁସ୍ତକଂ ନ୍ୟସେତ୍‌ ।

 

ଅର୍ଥ :- ଆସନ ଉପରେ ବସି ଚନ୍ଦାନାଦି କାଷ୍ଠକୃତ ପଟାକୁ ଶିବଶିଖର ଓ ଆସନର ମଧ୍ୟ ଦେଶରେ ରଖିବ ।

 

ଗୁରୁସ୍ମରଣଂ

 

ଅଥାତ୍ମଚିତ୍ତପ୍ରତିଶାନ୍ତ୍ୟର୍ଥମିନ୍ଦ୍ରିୟାଣାମେକାଗ୍ରବୃତ୍ତିକରଣାର୍ଥଂ ଚ ପୁଷ୍ପାଞ୍ଜଳିଂ ଗୃହୀତ୍ୱା ସ୍ଵଗୁରୋଃ ସ୍ମରଣଂ କୁର୍ଯ୍ୟାତ୍‌ । ତଦ୍ଗଥା -

 

ନମାମି ସଦ୍ଗୁରୁଂ ଶାନ୍ତଂ ପ୍ରତ୍ୟକ୍ଷଂ ଶିବରୂପିଣଂ

ଶିରସା ଯୋଗପୀଠସ୍ଥଂ ସର୍ବକାମାର୍ଥସିଦ୍ଧୟେ

। ୧ ।

ଶ୍ରୀଗୁରୁଂ ପରମାନନ୍ଦଂ ନମାମ୍ୟାନନ୍ଦବିଗ୍ରହଂ

ଯସ୍ୟ ସାନ୍ନିଧ୍ୟମାତ୍ରେଣ ଚିଦାନନ୍ଦାୟତେ ପରଂ

। ୨ ।

ଅଖଣ୍ଡମଣ୍ଡଳକାରଂ ବ୍ୟାପ୍ତଂ ଯେନ ଚରାଚରଂ

ତତ୍ପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀଗୁରବେ ନମଃ

। ୩ ।

ନମୋଽସ୍ତୁଃ ଗୁରବେ ତସ୍ମୈ ସ୍ୱେଷ୍ଟଦେବସ୍ୱରୂପିଣେ

ଯସ୍ୟ ବାଗମୃତଂ ହନ୍ତି ବିଷଂ ସଂସାରସଂକୁଳଂ

। ୪ ।

ପ୍ରାତଃପ୍ରଭୃତିସାୟାନ୍ତଂ ସାୟାଦିପ୍ରାତରନ୍ତତଃ

ଯତ୍କରୋମି ଜଗନ୍ନାଥ ତଦସ୍ତୁ ତବ ପୂଜନଂ

। ୫ ।

ଅଜ୍ଞାନତିମିରାନ୍ଧସ୍ୟ ଜ୍ଞାନାଞ୍ଜନଶଳାକୟା

ଚକ୍ଷୁରୁନ୍ମୀଳିତଂ ଯେନ ତସ୍ମୈ ଶ୍ରୀଗୁରବେ ନମଃ

। ୬ ।

 

 

ଇତି ଗୁରୁଂ ମନସା ଧ୍ୟାତ୍ୱା ପ୍ରଣମ୍ୟ ଚ ପୁସ୍ତକଂ ପ୍ରତି ପୁଷ୍ପାଞ୍ଜଳିଂ ଦଦ୍ୟାତ୍‌

 

ଅର୍ଥ :- ଆପଣାର ଚିତ୍ତ ଓ ପ୍ରକୃତିର ଶାନ୍ତି ନିମିତ୍ତ ଏବଂ ଇନ୍ଦ୍ରିୟ ମାନଙ୍କର ଏକାଗ୍ରବୃତ୍ତିକରଣାର୍ଥ ହସ୍ତରେ ପୁଷ୍ପାଞ୍ଜଳି ଧରି ମନମଧ୍ୟରେ ଶ୍ରୀଗୁରୁଙ୍କୁ ସ୍ମରଣ କରି ପୁସ୍ତକ ଉପରେ ଦେଇ ଉପର ଲିଖିତ ଶ୍ଳୋକ ପାଠକରି ନମସ୍କାର କରିବ ।

 

ଦିକ୍‌ଶୋଧନଂ ।

 

ଅଥ ଦିକ୍‌ଶୋଧନଂ କୁର୍ଯ୍ୟାତ୍‌ । ତଦ୍ଗଥା-କ୍ରମତଃ ପୂର୍ବାଦିଦଶଦିକ୍ଷୁ ପୀତସର୍ଷପାନ୍‌ ବିକୀର୍ଯ୍ୟ ଇମଂ ମନ୍ତ୍ରଂ ପଠେତ୍‌ । ତଦ୍ଗଥା -

 

ଓଁ ଅପସର୍ପନ୍ତୁ ତେ ଭୂତା ଯେ ଭୂତା ଭୂବି ସଂସ୍ଥିତାଃ । ଯେ ଭୂତା ବିଘ୍ନକର୍ତ୍ତାରସ୍ତେ ନଶ୍ୟନ୍ତୁ ଶିବାଜ୍ଞୟା-। ପଶ୍ଚାତ୍ତାଳତ୍ରୟମପି ବିଦ୍ୟାତ୍‌ । ତତ୍ରେମଂ ମନ୍ତ୍ରଂ ।

 

‘‘ ଓଂ ଆଂ ହୁଂ ଫଟ୍‌ ସ୍ୱାହା ।’’

 

ଅର୍ଥ :- ଅପସର୍ପନ୍ତୁ’’ ଏହି ମନ୍ତ୍ରପଢ଼ି ପୀତବର୍ଣ୍ଣ ସୋରିଷ ପୂର୍ବଦିଗରୁ ଆରମ୍ଭି କ୍ରମେ ବୁଣିଦେବ । ତତ୍ପରେ ଓଂ ଆଂ ହୁଂ ଫଟ୍‌ ସ୍ୱାହା ଏହି ମନ୍ତ୍ର ପଢ଼ି ତିନିଗୋଟି ତାଳିମାରି ଦିକ୍‌ ଶୋଧନ କରିବ ।

 

ଅଥ ତୀର୍ଥାବାହନଂ ।

 

ତନ୍ତ୍ର ତନ୍ନିମିତ୍ତକୃତବିବରେ ଗଙ୍ଗାଦିଜଳଂ ଯଥାଲବ୍ଧଂ ପୂରୟିତ୍ୱାଗୋଦୁଗ୍ଧେନକୁଶାଦିକୃତକୂର୍ଚ୍ଚେନାଭିର୍ଷିଞ୍ଚନ୍ନାବାହୟେତ୍‌ । ତତ୍ରାୟଂ ମନ୍ତ୍ରଃ ।

 

ପୁଷ୍କରାଦ୍ୟାନି ତୀର୍ଥାନି ଗଙ୍ଗାଦ୍ୟାଃ ସରିତସ୍ତଥା

ଆଗଚ୍ଛନ୍ତୁ ମହାଭାଗାସ୍ତିଷ୍ଠନ୍ତ୍ୱତ୍ର ଶିବାର୍ଚ୍ଚନେ

ତତ୍ର କର୍ପୂରାତ୍ୟାନକ୍ଷତାନ୍‌ ପ୍ରକ୍ଷିପ୍ୟେବଂ କ୍ରମତଃ ପଠେତ୍‌

 

ଅର୍ଥ :- ତତ୍ପରେ ଶିବଶିଖରର ଡାହାଣଭାଗରେ ଯେଉଁ ଗର୍ତ୍ତ କରାଯାଇଅଛି ତହିଁରେ ଯଥାଲାଭ ଗଙ୍ଗାଦିଜଳ ପୂର୍ଣ୍ଣ କରି ଗୋଦୁଗ୍ଧ କୁଶବିଷ୍ଟର ଦ୍ୱାରା ସେଚନ କରି ତଳଲିଖିତ ମନ୍ତ୍ର ପଢ଼ି ତୀର୍ଥାବାହନ କରିବ ଓ ତହିଁରେ କର୍ପୂର ଅକ୍ଷତ ପକାଇବ । ୦।

 

ଅଥ ଦିଗ୍ବନ୍ଧନଂ ।

 

୧.

ଓଁ ଶିବାୟ କ୍ଷିତିମୂର୍ତ୍ତୟେ ନମଃ । ଇତି ପ୍ରାଚ୍ୟାଂ ।

୨.

ଓଁ ଭବାୟ ଜଳମୂର୍ତ୍ତୟେ ନମଃ । ଇତି ଐଶାନ୍ୟାଂ ।

ଓଁ ରୁଦ୍ରାୟ ଅଗ୍ନିମୂର୍ତ୍ତୟେ ନମଃ । ଇତି ଉଦୀଚ୍ୟାଂ ।

ଓଁ ଉଗ୍ରାୟ ବାୟୁମୂର୍ତ୍ତୟେ ନମଃ । ଇତି ବାୟବ୍ୟାଂ ।

ଓଁ ଭୀମାୟ ଆକାଶମୂର୍ତ୍ତୟେ ନମଃ । ଇତି ପ୍ରତୀଚ୍ୟାଂ ।

ଓଁ ପଶୁପତୟେ ଯଜମାନମୂର୍ତ୍ତୟେ ନମଃ । ଇତି ନୈର୍ଋତ୍ୟାଂ ।

ଓଁ ମହାଦେବାୟ ସୋମମୂର୍ତ୍ତୟେ ନମଃ । ଇତି ଦକ୍ଷିଣସ୍ୟାଂ ।

ଓଁ ଈଶାନାୟ ସୂର୍ଯ୍ୟମୂର୍ତ୍ତୟେ ନମଃ । ଇତି ଆଗ୍ନେୟ୍ୟାଂ ।

ଓଁ ଶଙ୍କରାୟ ଇନ୍ଦ୍ରମୂର୍ତ୍ତୟେ ନମଃ । ଇତି ଆକାଶେ ।

୧୦

ଓଁ ଭୂତେଶାୟ ଶେଷମୂର୍ତ୍ତୟେ ନମଃ । ଇତି ପାତାଳେ ।

 

 

ଇତି ଦଶଦିଗ୍ବନ୍ଧନଂ କୁର୍ଯ୍ୟାତ୍‌ ।

 

ଅର୍ଥ -ଏହି ଉପରୋକ୍ତ ପ୍ରତ୍ୟେକ ମନ୍ତ୍ର ପଢ଼ି ପ୍ରତ୍ୟେକ ଦିଗ୍ବନ୍ଧନ କରିବ ।

 

ଘଟପୂଜା ।

 

ତଦଶ୍ଚ ମଙ୍ଗଳାର୍ଥଂ ଘଟାଦିଷୁ ଯଥୋଚିତଂ ସାମାନ୍ୟତୟା କେବଳଂ ଗଣେଷପୂଜନଂ କୁର୍ଯ୍ୟାତ୍‌ ।

ତଦ୍ଗଥା-ପୂଜାପ୍ରକାରମାହ ତତ ଈଶାନକୋଣେ ଅବ୍ରଣଂ କଳଶଂ ଅକ୍ଷତଭୂଷିତଂ ସ୍ଥାପ୍ୟ ଭୂମିସ୍ପର୍ଶନ ମନ୍ତ୍ରଃ-

‘‘ଓଁ ଭୂରସି ଭୂମିରସି ବିଶ୍ୱଧାୟା ବିଶ୍ୱସ୍ୟ ଭୂବନସ୍ୟ ଧର୍ତ୍ତ୍ରୀଂ । ପୃଥିବୀଂ ଯଚ୍ଛ ପୃଥିବୀଂ ଦୃଂହ ପୃଥିବୀଂ ମାହିଁସୀଃ । ଇତି ଭୂମିସ୍ପର୍ଶନଂ ।’’

 

ଧାନ୍ୟସ୍ଥାପନମନ୍ତ୍ରଃ । ‘‘ଓଁ ଧାନ୍ୟମସି ଧିନୁହି ଦେବାନ୍‌ପ୍ରାଣାୟତ୍ୱୋଦାନାୟତ୍ୱା ବ୍ୟାନାୟତ୍ୱା ଦୀର୍ଘାମନୁପ୍ରସିତି ମାୟୁଷେଧାନ୍‌ ଦେବୋବଃ ସବିତା ହିରଣ୍ୟପାଣିଃ ପ୍ରତିଗୁଭ୍ଧାତ୍ୱଚ୍ଛିଦ୍ରେଣ ପାଣିନା ଚକ୍ଷୁଷେ ତ୍ୱା ମହୀନାଂ ପୟୋଽସି ।’’

 

ତସ୍ୟୋପରି କଳସଂ ସ୍ଥାପୟେତ୍‌ ମନ୍ତ୍ରେଣ ‘‘ଓଁ ଆଜିଘ୍ରକଳସଂ ମହ୍ୟା ତ୍ୱା ବିଶ୍ୱକ୍ତିନ୍ଦବଃ । ପୁନରୁର୍ଯ୍ୟା ନିବର୍ତ୍ତଃସ୍ୱସାନଃ ସହସ୍ରଂ ଧୂକ୍ଷ୍ୱୋରୁଧାରା ପୟସ୍ୱତୀ ପୁନର୍ମା ବିଶତା ଦ୍ରୟିଃ ।’’

 

ଜଳପୂରଣମନ୍ତ୍ରଃ । ‘‘ଓଁ ବରୁଣସ୍ୟୋତ୍ତମ୍ଭନମସି ବରୁଣସ୍ୟ ସ୍ତମ୍ଭ ସର୍ଜନୀସ୍ଥଃ । ବରୁଣସ୍ୟ ଋତସଦନ୍ୟସି ବରୁଣସ୍ୟ ଋତସଦନମସି ୠତସଦନମାସୀଦ ।’’

 

କଣ୍ଠେ ବସ୍ତ୍ରଂ ବେଷ୍ଟୟେତ୍‌ । ମନ୍ତ୍ରଃ । ‘‘ଓଁ ବସୋଃପବିତ୍ରମସି ଶତଧାରଂ ବସୋଃ ପବିତ୍ରମସି ସହସ୍ରଧାରଂ । ଦେବସ୍ତ୍ୱାସବିତା ପୁନାତୁ ବସୋଃପବିତ୍ରେଣ ଶତଧାରେଣ ସୁପ୍ୱାକାମଧୁକ୍ଷଃ ।’’

 

ଫଳମନ୍ତ୍ରଃ । ‘‘ଓଁ ଯାଫଳିନୀ ର୍ଯ୍ୟା ଅଫଳା ଅପୁଷ୍ପାୟାଶ୍ଚ ପୁଷ୍ପିଣୀଃ । ବୃହସ୍ପତିପ୍ରସୂତାସ୍ତାନୋ ମୁଞ୍ଚନ୍ତ୍ୱଂହସଃ ।’’

ପଞ୍ଚରତ୍ନ ପ୍ରକ୍ଷେପ ମନ୍ତ୍ରଃ । ‘‘ଓଁ ପରିଜାତପତିଃ କବିଭଗ୍ନ ର୍ହବ୍ୟାନ୍ୟକ୍ରମୀତ୍‌ । ଦଧତ୍ରତ୍ନାନି ଦାଶୁଷେ-।’’

 

ଦକ୍ଷିଣାଦାନମନ୍ତ୍ରଃ । ‘‘ଓଁ ହିରଣ୍ୟଗର୍ଭଃ ସମବର୍ତ୍ତତାଗ୍ରେ ଭୂତସ୍ୟ ଜାତଃ ପତିରେକ ଆସୀତ୍‌ । ସଦାଧାର ପୃଥିବୀଂଦ୍ୟାମୁତେ ମାଂ କସ୍ମୈ ଦେବାୟ ହବିଷା ବିଧେମ ।’’

 

ଗନ୍ଧମନ୍ତ୍ରଃ । ‘‘ଓଁ ଗନ୍ଧଦ୍ୱାରାଂ ଦୁରାଧର୍ଷାଂ ନିତ୍ୟପୁଷ୍ଟାଂ କରିଷିଣୀଂ । ଈଶ୍ୱରୀଂ ସର୍ବଭୂତାନାଂ ତ୍ୱାମିହୋ ପହ୍ୱୟେ ଶ୍ରିୟଂ ।’’

 

ଓଷଧି ପ୍ରକ୍ଷେପଃ । ‘‘ଓଁ ଯାଓଷଧୀଃ ପୂର୍ବାଂଜାତା ଦେବେଭ୍ୟ ସ୍ତ୍ରିଯୁଗଂ ପୁରା । ମନୈ ନୁବଭୃଣାମହଂ ଶତଂ ଧାମାନି ସପ୍ତ ଚ ।’’

 

ସପ୍ତମୃତ୍ତିକାପ୍ରକ୍ଷେପମନ୍ତ୍ରଃ । ‘‘ଓଁ ସ୍ୟୋନାପୃଥିବୀ ନୋଭବାନୃକ୍ଷରାନିବେଶନୀ । ଯଚ୍ଛାନଃ ଶର୍ମସପ୍ରଥାଃ ।’’

 

ଦୂର୍ବା ମନ୍ତ୍ରଃ । ‘‘ଓଁ କାଣ୍ଡାତ୍କାଣ୍ଡାତ୍‌ ପ୍ରରୋହନ୍ତି ପରୁଷଃ ପରୁଷପ୍ପରି । ଏବାନୋ ଦୂର୍ବେପ୍ରତନୁ ସହସ୍ରେଣ ଶତେନ ଚ ।’’

 

ପଞ୍ଚପଲ୍ଲବ ଦାନମନ୍ତ୍ରଃ । ‘‘ଓଁ ଅଶ୍ୱତ୍ଥେବୋନିଷଦନଂ ପର୍ଣ୍ଣେ ବୋ ବସତି ଷ୍କୃତା । ଗୋଭାଜଇତ୍କିଳାସଥ ଯତ୍ସନବଥପୂରୁଷଂ ।’’

 

ପବିତ୍ର ଦାନମନ୍ତ୍ରଃ । ‘‘ଓଁ ପବିତ୍ରେସ୍ଥୋ ବୈଷ୍ଣବ୍ୟୌ ସବିତୁର୍ବଃ ପ୍ରସବ ଉତ୍ପୁନାମି । ଅଚ୍ଛିଦ୍ରେଣ ପବିତ୍ରେଣ ସୂର୍ଯ୍ୟସ୍ୟ ରଶ୍ମିଭିଃ ।’’

 

ପୂର୍ଣ୍ଣଶରାବଦାନମନ୍ତ୍ରଃ । ‘‘ଓଁ ପୃର୍ଣ୍ଣାଦର୍ବୀ ପରାପତ ସୁପୂର୍ଣ୍ଣା ପୁନରାପତ । ବସ୍ତ୍ରେବବିତ୍ରୀଣାବହାଇଷମୂର୍ଜଂ ଶତତ୍ରତୋ ।’’

 

ଶ୍ରୀଫଳ ଦାନମନ୍ତ୍ରଃ । ‘‘ଓଁ ଶ୍ରୀଶ୍ଚତେ ଲକ୍ଷ୍ମୀଶ୍ଚ ପତ୍ନ୍ୟା ବହୋରାତ୍ରେ ପାର୍ଶ୍ୱେ ନକ୍ଷତ୍ରାଣି ରୂପମଶ୍ୱି ନୌବ୍ୟାତ୍ତଂ । ଇଷନ୍ନିଷାଣା ମୁମ୍ମ ଇଷାଣ ସର୍ବଲୋକଂ ମଇଷାଣ ।’’

 

ପ୍ରତିଷ୍ଠାମନ୍ତ୍ରଃ । ଓଁ ମନୋଜ୍ୟୁତି ର୍ଜୁଷତାମାଜ୍ୟସ୍ୟ ବୃହସ୍ପତିର୍ଯଜ୍ଞମିମଂ ତନୋତୁ । ଅରିଷ୍ଟଂ ଯଜ୍ଞଂ ସମିମଂ ଦଧାତୁ ବିଶ୍ୱେଦେବା ସ ଇହ ମା ଦୟନ୍ତା ମୋ ପ୍ରତିଷ୍ଠ ।

 

ଓଁ ଭୁର୍ଭୁବଃସ୍ୱଃ ଗଣେଶବରୁଣ ଇହାଗଛ ଇହତିଷ୍ଠ ।

 

ଓଁ ଗଣନାଂତ୍ୱ ଗଣପତିଂହବାମହେ ପ୍ରିୟାଣାଂତ୍ୱା ପ୍ରିୟପତିଂ ହବାମହେ ନିଧୀନାଂତ୍ୱା ନିଧିପତିଂ ହବାମହେ ବସୋମମ ଆହମଜାନି ଗର୍ଭଧମାତ୍ୱମଜାସି ଗର୍ଭଧଂ । ଇତି ମନ୍ତ୍ରେଣ ଗଣେଷ ମାବାହୟେତ୍‌ ।

 

ଓଁ ତତ୍ଵା‌ୟାମି ବ୍ରାହ୍ମଣା ବନ୍ଦମାନସ୍ତଦା ଶାସ୍ତେ ଯଜମାନୋହବିର୍ଭିଃ । ଅହେଡ଼ମାନୋବରୁଣେହବୋଧ୍ୟୁରୁ ଶଂସମାନ ଆୟୁଃପ୍ରମୋଷୀଃ । ଇତିମନ୍ତ୍ରେଣ ବରୁଣଂ ଆବାହୟେତ୍‌ ।

 

ପଞ୍ଚୋପଚାରେଣ ଗଣେଶଂ ବରୁଣଂ ଚ ପୂଜୟେତ୍‌ ।

 

ତୀର୍ଥାବ‌ାହନ ମନ୍ତ୍ରଃ । ସର୍ବେ ସମୁଦ୍ରାଃ ସରିତସ୍ତୀର୍ଥାନି ଜଳଦାନଦାଃ । ଆୟାନ୍ତୁ ଯଜମାନସ୍ୟ ଦୁରିତକ୍ଷୟକାରକାଃ ।

 

ତତଃ କଲଶାଭିମନ୍ତ୍ରଣଂ । କଲଶସ୍ୟ ମୁଖେ ବିଷ୍ଣୁଃ କଣ୍ଠେ ରୁଦ୍ରଃ ସମାଶ୍ରିତଃ । ମୂଳେ ତସ୍ୟ ସ୍ଥିତୋବ୍ରହ୍ମା ମଧ୍ୟେ ମାତୃଗଣାଃ ସ୍ମୃତାଃ । କୁକ୍ଷୌ ତୁ ସାଗରାଃ ସପ୍ତ ସପ୍ତଦ୍ୱୀପା ବସୁନ୍ଧରା । ରୁଗ୍ବେଦୋଽଥ ଯଜୁର୍ବେଦଃ ସାମବେଦୋହ୍ୟଅଥର୍ବଣଃ । ଅଙ୍ଗୈଶ୍ଚ ସହିତାଃ ସର୍ବେ କଲଶଂ ତୁ ସମାଶ୍ରିତାଃ । ତତଃ କଲଶ ପ୍ରାର୍ଥନା ।

 

ଦେବଦାନବସଂବାଦେ ମଥ୍ୟମାନେ ମହୋଦଧୌ । ଉତ୍ପନ୍ନୋଽସି ଯଦାକୁମ୍ଭ ବିଧୃତୋ ବିଷ୍ଣୁନା ସ୍ୱୟଂ-। ତ୍ୱତ୍ତଃସର୍ବାଣି ତୀର୍ଥାନି ଦେବାଃ ସର୍ବେତ୍ୱୟିସ୍ଥିତାଃ । ତ୍ଵୟି ତିଷ୍ଠନ୍ତି ସର୍ବେଽପି ଯତଃ କାମଫଳପ୍ରଦାଃ । ତ୍ୱତ୍‌ ପ୍ରସାଦାଦିମଂ ଯଜ୍ଞଂ କର୍ତ୍ତୁମୀହେ କଳୋଇବ । ସାନ୍ନିଧ୍ୟଂ କୁରୁ ମେ ଦେବ ପ୍ରସନ୍ନୋ ଭବ ସର୍ବଦା-। ଇତି ପ୍ରାର୍ଥନା ।

 

ପୁନରାତମ୍ୟ ଯଥା-ସମ୍ଭବିତସଂକଳ୍ପଂ କୁର୍ଯ୍ୟାତ୍‌ । ଅର୍ଥାତ୍‌ ଯଦି ପୂର୍ବଦିବସଃ ସ୍ୟାତ୍ତଦାମୁଖ୍ୟ ଯଜମାନମାହୂୟାଦୌ ବରଣବିଧିନା କାରୟେତ୍‌। ପଶ୍ଚାତ୍‌ ଦ୍ୱିତୀୟମପି ସଂକଳ୍ପଂ ତଦ୍ବିବସନିମିତ୍ତାତ୍କାର୍ଯ୍ୟପ୍ରମାଣଚ୍ଚାଚାର୍ଯ୍ୟଃ ସ୍ୱୟଂ କୃର୍ଯ୍ୟାତ୍‌ । ଯଦ୍ୱା ସ୍ୱସ୍ୟାର୍ଥମେବ ପୂଜନଂ ସ୍ୟାତ୍ତଦା ପ୍ରଥମଂ ନିୟମିତ ଦିବସାନୁଚ୍ଚାର୍ଯ୍ୟ ପୂଜନସ୍ୟ ହେତୁଂ ଚୋଚ୍ଚାର୍ଯ୍ୟ ସ୍ୱନାମ୍ନୈବ ସଂକଳ୍ପଂ କୁର୍ଯ୍ୟାତ୍ । ପୂଜାକାଳେ ଦ୍ୱିତୀୟମପି ସଂକଳ୍ପଂ ତଦ୍ଦିବସନିମିତ୍ତାତ୍କାର୍ଯ୍ୟପ୍ରମାଣାଚ୍ଚ ସ୍ନାନମ୍ନୈବ କୁର୍ଯ୍ୟାତ୍‌ ।୧୦।

 

ଅର୍ଥ :- ମଙ୍ଗଳ ନିମିତ୍ତ ଘଟସ୍ଥାପନ କରି କେବଳ ଗଣେଶଙ୍କୁ ଉପରୋକ୍ତ ମନ୍ତ୍ରରେ ପୂଜା ଓ ଆଚମନ କରି ସଂକଳ୍ପ କରିବ । ଅର୍ଥାତ୍‌ ପୂର୍ବଦିନରୁ ଯଜମାନ ସଂକଳ୍ପ କରି ଆଚାର୍ଯ୍ୟଙ୍କୁ ବରଣ କରିବ ତତ୍ପରେ ଆଚାର୍ଯ୍ୟ ପରଦିନ ଯଥାବିଧି ସଂକଳ୍ପ କରିବେ । ଯଦି ଆପଣା ନିମିତ୍ତ ଆପେ କର୍ତ୍ତାହୁଏ ତେବେ ପୂର୍ବଦିନର ସଂକଳ୍ପ ଆପଣା ନାମରେ ଉଚ୍ଚାରଣ କରିବ ପରଦିନ ମଧ୍ୟ ସେହିପରି କରିବ ।୧୦।

 

(ଋଷିଛନ୍ଦ)

ଅଥ ବିନିଯୋଗଃ

 

ଓଁ ଅସ୍ୟ ଶ୍ରୀ ପାର୍ଥିବେଶ୍ୱର ଚିନ୍ତାମଣିବିଦ୍ୟାମନ୍ତ୍ରସ୍ୟ ନିଗ୍ରହାନୁଗ୍ରହ କର୍ତ୍ତା ବ୍ରହ୍ମା ଋଷିଃ କାମଦୁଘା ଗାୟତ୍ତ୍ରୀଛନ୍ଦଃ ଶୀଘ୍ରବରପ୍ରଦସ୍ଵରୂପୀ ପାର୍ଥିବେଶ୍ୱର ଦେବତା ହ୍ରୀଂ ବୀଜଂ ଶଂ ଶକ୍ତିଃ ନମଃ କୀଳକ ମମ ସର୍ବାଭୀଷ୍ଟକାମନାସିଦ୍ଧ୍ୟର୍ଥେ ବା ଅମୁକାଭୀଷ୍ଟସିଦ୍ଧ୍ୟର୍ଥେ ପୂଜନେ ବିନିଯୋଗଃ ଯଦ୍ୱା ଅମୁକ ଯଜମାନସ୍ୟାମୂଳକାମନାସିଦ୍ଧ୍ୟର୍ଥେ ପୂଜନେ ବିନିଯୋଗଃ ।୧୦।

 

ଅଥ ନ୍ୟାସବିଧିଃ

 

କରନ୍ୟାସୋ ଯଥା-

 

ଓଁ ହୌଂ ହ୍ରୀଂ ଜୂଂ ସଃ ସର୍ବଜ୍ଞାୟ ଶିବାୟ ଅଙ୍ଗୁଷ୍ଠାଭ୍ୟାଂ ନମଃ ।

ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ସର୍ବତୃପ୍ତଶକ୍ତିଶିବାୟ ତର୍ଜନାଭ୍ୟାଂ ସ୍ୱାହା ।

ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ନିତ୍ୟମଲୁପ୍ରଶକ୍ତିଶିବାୟ ମଧ୍ୟାମାଭ୍ୟାଂ ବଷଟ୍‌ ।

ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ଦିବ୍ୟଜ୍ଞାନଶକ୍ତିଶିବାୟ ଅନାମିକାଭ୍ୟାଂ ନମଃ ।

ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ନିତ୍ୟାନନ୍ଦଶକ୍ତିଶିବାୟ କନିଷ୍ଠାଭ୍ୟାଂ ବୌଷଟ୍‌ ।

ଓଁ ହ୍ରୌଁ ହ୍ରୀଁ ଜୂଁ ସଃ ଅନନ୍ତ ଶକ୍ତିଶିବାୟ କରତଳକରପୃଷ୍ଠାଭ୍ୟାଂ ଫଟ୍‌ ।୦।

 

ଅଙ୍ଗନ୍ୟାସୋ ଯଥା-ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ସର୍ବଜ୍ଞାୟ ଶିବାୟ ହୃଦୟାୟ ନମଃ ।

ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ସର୍ବତୃପ୍ତଶକ୍ତିଶିବାୟ ଶିରସେ ସ୍ୱାହା ।

ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ନିତ୍ୟମଲୁପ୍ତ ଶକ୍ତିଶିବାୟ ଶିଖାୟୈ ବଷଟ୍‌ ।

ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ଦିବ୍ୟଜ୍ଞାନଶକ୍ତିଶିବାୟ କବଚାୟ ହୁଂ ।

ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ନିତ୍ୟାନନ୍ଦଶକ୍ତିଶିବାୟ ନେତ୍ରାଭ୍ୟାଂ ବୌଷଟ୍‌ ।

ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ଅନନ୍ତଶକ୍ତିଶିବାୟ କରତଳକରପୃଷ୍ଠାଭ୍ୟାଂ ଅସ୍ତ୍ରାୟ ଫଟ୍‌ ।୦।

 

ଅଥ ଧ୍ୟାନଂ

 

ଧ୍ୟାୟେ ନିତ୍ୟଂ ମହେଶଂ ରଜତଗିରିନିଭଂ ଚାରୁଚନ୍ଦ୍ରାବତଂସଂ

ରତ୍ନାକଳ୍ପୋଜ୍ଜ୍ୱଳାଙ୍ଗଂ ପରଶୁମୃଗବରାଭୀତିହସ୍ତଂ ପ୍ରସନ୍ନଂ

ପଦ୍ମାସୀନଂ ସମନ୍ତାତ୍‌ ସ୍ତୁତମମରଗଣୈ ର୍ବ୍ୟାଳଯଜ୍ଞୋପବୀତଂ

 

ବିଶ୍ମାଦ୍ୟଂ ବିଶ୍ୱବନ୍ଦ୍ୟଂ ନିଖିଳଭୟହରଂ ପଞ୍ଚବକ୍ରଂ ତ୍ରିନେତ୍ରଂ

।୧।

କର୍ପୂରଗୌରଂ କରୁଣାବତାରଂ ସଂସାରସାରଂ ଭୁଜଗେନ୍ଦ୍ରହାରଂ

ସଦା ବସନ୍ତଂ ହୃଦୟାରବିନ୍ଦେ ଭବଂ ଭବାନୀସହିତଂ ନମାମି

।୨।

କୈଳାସପୀଠାସନମଧ୍ୟସଂସ୍ଥଂ ନନ୍ଦ୍ୟାଦିବୃନ୍ଦାରକସେବ୍ୟମାନଂ

ଭକ୍ତାର୍ତ୍ତିଦାବାନଳମପ୍ରମେୟଂ ଧ୍ୟାୟେଦୁମାଲିଙ୍ଗତୃବିଶ୍ୱରୂପଂ

।୩।

ବନ୍ଦେ ମହେଶଂ ସୁରସିଦ୍ଧ ସେବିତଂ କଳ୍ପଦୃମୈଃପୂଜିତପାଦପଙ୍କଜଂ

ବିଦ୍ୟାପ୍ରଦଂ ଭକ୍ତଜନୈକବନ୍ଦ୍ୟଂ ଧ୍ୟାୟେ ଚିରଂକାମଦୁଙ୍ଘ ପ୍ରସନ୍ନଂ

।୪।

ଯୋ ଯୋଗମାୟାଂ ଧରତେ ବପୁଂଷି ଜ୍ଞାନଂ ବିଧତ୍ତେଽଖିଳବସ୍ତୁନୀହ

ତଂ ବିଶ୍ୱନାଥଂ କଳି କଳୁଷଘ୍ନଂ ଧ୍ୟାୟେଽଶିବାରିଂଜଗଦେବ ଦେହଂ

।୫।

 

ଅଥ ଲିଙ୍ଗ ନିରୂପଣଂ ।

 

ତତ୍ରାଦୌ ଗଣେଣଗୋରୀସ୍ୱାମିକାର୍ତ୍ତିକନନ୍ଦିଗଣମୂର୍ତ୍ତିନ୍‌ ଆମ୍ଭମୂକମୃତ୍ତିକୟାସଂଶୁଦ୍ଧମୃତ୍ତିକୟା ବା ଗୋ ଦୁଗ୍ଧେନାଭିଧାୟ ପୁନଃ ଶମୀଦର୍ଭାଶ୍ମତ୍ଥାମ୍ର ମୂଳବଲ୍ମୀକମୃତ୍ତିକାମେକୀକୃତ୍ୟ କର୍ପୂରହରିଦ୍ରାଚୂର୍ଣ୍ଣଯୁତାଂ ମଧୁମିଶ୍ରିତଗୋଦୁଗ୍ଧେନ ବା ଦୁଗ୍ଧମିଶ୍ରିତଜଳେନ ମଧୁସହ୍ନିତେନ ଯଥୋକ୍ତମନ୍ତ୍ରେଣାହରଣଂ କୁର୍ଯ୍ୟାତ୍‌ ।

 

ତତ୍ରାହରଣମନ୍ତ୍ରଃ-ଓଁ ହୌଂ ହ୍ରୀଂ ଜୂଂ ସଃ ହରାୟ ନମଃ । ଇତି ମୃଦାହରଣଂ ।

 

ଅର୍ଥ :- ପ୍ରଥମ ଗଣେଷ ଗୌରୀ ଶିବ କାର୍ତ୍ତିକ ନନ୍ଦୀ ଓ ଗଣଦେବତା ମାନଙ୍କ ମୂର୍ତ୍ତି ଗଢ଼ିବା ସକାଶେ ଆମ୍ବଗଛ ମୂଳରୁ ମାଟି କିମ୍ବା ଶୁଦ୍ଧମୃର୍ତ୍ତିକାକୁ ଗୋଦୁଗ୍ଧରେ ପିଞ୍ଜିବ । ତତ୍ପରେ ଶମୀ, କୁଶ, ଅଶ୍ୱତ୍ଥ ଆମ୍ବମୂଳର ମୃର୍ତ୍ତିକା ଓ ହୁଙ୍କାମାଟି ଆଣି ଏକାଠି କରି କର୍ପୂର ଓ ଗୋଦୁଗ୍ଧରେ ହଳଦୀ ଚୂନା ମିଶାଇବ ଗୋଦୁଗ୍ଧମିଶ୍ରିତଜଳରେ ମହୁ ମିଶାଇ ଓଁ ହୌଂ ହ୍ରୀଂ ଜୂଂ ସଃ ହରାୟ ନମଃ ଏହି ମନ୍ତ୍ରପଢ଼ି ପଞ୍ଜିବ ।

 

ଅଥ ଲିଙ୍ଗସଂଘଟନଂ ।

 

ଓଁ ହୌଂ ହ୍ରୀଂ ଜୂଂ ସଃ ମହେଶ୍ୱରାୟ ନମଃ ଇତି ସଂଘଟନମନ୍ତ୍ରଃ । ଅଥ ଲିଙ୍ଗଂ ହସ୍ତାଞ୍ଜଳୌ ଧୃତ୍ୱା ଆବାହୟେତ୍‌ । ଓଁ ହୌଂ ହ୍ରୀଂ ଜୂଂ ସଃ ପିନାକପାଣୟେ ନମଃ । କୈଳାସଶିଖରାଦ୍ରମ୍ୟାତ୍‌ ସମାଗଚ୍ଛ ମମ ପ୍ରଭୋ । ପୂଜାଂ ଜପଂ ଗୃହୀତ୍ୱା ଚ ଯଥୋକ୍ତଫଳଦୋଭବ । ୦ । ଦେବଦେବେଶଦେବେଶଂ ସର୍ବଲୋକହିତେରଭଂ । ଯଥୋକ୍ତରୂପିଣଂ ଦେବଂ ଶମ୍ଭୁମାବାହୟାମ୍ୟହଂ । ୧ । ଇତ୍ୟାବାହ୍ୟ ପୂର୍ବ ରଚିତାୟାଂ ବେଦିକାୟାଂ ଶିଖରୋପରି ତାମ୍ରପାତ୍ରେ ସ୍ଥାପୟେତ୍‌ । ସ୍ଥାପନ ମନ୍ତ୍ର-ଓଁ ହୌଂ ହ୍ରୀଂ ଜୁଂ ସଃ ଶୂଳପାଣୟେ ନମଃ ଇହ ସ୍ଥିତୋଭବ । ଇତି ସ୍ଥାପନଂ ।

 

ଅର୍ଥ :- ଲିଙ୍ଗ ସଂଘଟନମନ୍ତ୍ର ପଢ଼ି ଲିଙ୍ଗକୁ ଗଢ଼ିବ । ତତ୍ପରେ ସେହିଲିଙ୍ଗକୁ ହାତ ଆଞ୍ଜୁଳିରେ ଧରି ଆବାହନ ମନ୍ତ୍ରପଢ଼ି ଆବାହନକରି ସ୍ଥାପନ ମନ୍ତ୍ରପଢ଼ି ଶିଖର ଉପରେ ତାମ୍ରପାତ୍ରରେ ସ୍ଥାପନ କରିବ-

 

ଅଥ ପ୍ରାଣପ୍ରତିଷ୍ଠାବିଧିଃ ।

 

ତତ୍ର ହସ୍ତାଭ୍ୟାଂ ପୁଷ୍ପାଣ୍ୟକ୍ଷତାନି ଚ ଗୃହୀତ୍ୱା ହସ୍ତୌ ଦ୍ୱୌ ଲିଙ୍ଗସ୍ଥୋପରି କୃତ୍ୱା ଇଦଂ ପଠେତ୍‌ । ଓଁ ଆଁ ହ୍ରୀଂ ଓ କ୍ରୋଂ ଯଂ ଭଂ ଲଂ ବଂ ଶଂ ଷଂ ସଂ ହଂ ଶୂଳପାଣେଃ ପ୍ରାଣା ଇହାଗଚ୍ଛନ୍ତୁ ଇହତିଷ୍ଠନ୍ତୁ ଶୂଳପାଣେଃ ସର୍ବେନ୍ଦ୍ରିୟାଣି ଇହ ଆଗଚ୍ଛନ୍ତୁ ଇହ ତିଷ୍ଠନ୍ତୁ ଅତ୍ରାଧିଷ୍ଠାନଂ କୁର୍ବନ୍ତୁ ଓଁ ଆଁ ହୌଂ ହ୍ରାଂ ହ୍ରୀଂ ଯଂ ରଂ ଳଂ ବଂ ଶଂ ଷଂ ସଂ ହଂ ସଦାଶିବସ୍ୟ ପ୍ରାଣା ଇହ ଗଚ୍ଛନ୍ତୁ ଇହ ତିଷ୍ଠନ୍ତୁ । ଓଁ ଆଁ ହୀଂ ହ୍ରୌଂ ସଦାଶିବସସର୍ବେନ୍ଦ୍ରିୟାଣି ମନଶ୍ଚକ୍ଷୁଃଶୋତ୍ରଜିହ୍ୱାଘ୍ରାଣାଦୟ ଇମେଽମୁଷ୍ମିନ୍‌ ପାର୍ଥିବଲିଙ୍ଗେ ସୁଖଂ ଚିରଂ ତିଷ୍ଠନ୍ତୁ ସ୍ୱାହା । ଓଁ ଆଁ ହ୍ରୀଂ ହ୍ରୌଂ ସଦାଶିବସଜୀବ ଇହସ୍ଥିତିଃ କୁରୁ । ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ପିନାକିନେ ନମଃ ଯଥୋକ୍ତ ରୂପିଶମ୍ଭୋ ଇହାଗଚ୍ଛ ଇହତିଷ୍ଠ ଇହ ସନ୍ନିହିତୋଭବ ସନ୍ନିଚିତୋ ଭବ ସନ୍ନିରୁଦ୍ଧୋ ଭବ ମମ ପୂଜାଂ ଗୃହାଣ ଇତି ପ୍ରାଣ ପ୍ରତିଷ୍ଠା ।

 

ଅର୍ଥ :- ଦୁଇ ହାତରେ ପୁଷ୍ପାକ୍ଷତ ଧରି ଲିଙ୍ଗ ଉପରେ ରଖି ତାହା ଉପରେ ଦୁଇ ହାତକୁ ଛାୟାବତ୍‌ ଘୋଡ଼ାଇ ରଖି ପ୍ରାଣପ୍ରତିଷ୍ଠା ମନ୍ତ୍ର ପଢ଼ି ପ୍ରାଣ ପ୍ରତିଷ୍ଠା କରିବ । ୧୦ ।

 

ଅଥ ପ୍ରାର୍ଥନାମନ୍ତ୍ରଃ ।

 

ପୁଷ୍ପାକ୍ଷତାନି ଗୃହୀତ୍ୱା ପ୍ରାର୍ଥୟେତ୍‌ । ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ପିନାକ ପାଣିନେ ନମଃ । ସ୍ୱାମିନ୍‌ ସର୍ବଜଗନ୍ନାଥ ଯାବତ୍‌ ପୂଜାଂ କରୋମ୍ୟହଂ । ତାବତ୍ତ୍ୱଂ ପ୍ରୀତିଭାବେନ ଲିଙ୍ଗେଽସ୍ମିନ୍‌ ସଂସ୍ଥିତିଂ କୁରୁ । ସ୍ୱାହା ଇତି ମନ୍ତ୍ରେଣ ହସ୍ତଗତ ପୁଷ୍ପକ୍ଷତାନି ଲିଙ୍ଗୋପତି ନ୍ୟସେତ୍‌ । ଇତି ପ୍ରାର୍ଥନା । ଅଥଶିବଲିଙ୍ଗଦକ୍ଷିଣଭାଗେ ଗଣପତ୍ୟାଦିମୂର୍ତ୍ତିଃ ସ୍ଥାପ୍ୟ ଯଥୋକ୍ତମନ୍ତ୍ରୈଃ ପ୍ରପୂଜୟେତ୍‌ । ତତୋ ବାମାଙ୍ଗେ ଉମାଦେବ୍ୟୈ ସ୍ନାନାଦିବିଧିନା ସଂପୂଜୟେତ୍‌ । ତସ୍ୟମନ୍ତ୍ରଃ । ଓଁ ଭଗବତ୍ୟୈ ଉମାଦେବ୍ୟୈ ଶଙ୍କରପ୍ରିୟାୟୈ ନମଃ । ୦ ।

 

ଅର୍ଥ :- ତତ୍ପରେ ହସ୍ତରେ ପୁଷ୍ପାକ୍ଷତ ଧରି ପ୍ରାର୍ଥନା ମନ୍ତ୍ର ପଢ଼ି ଲିଙ୍ଗ ଉପରେ ଦେବ । ତଦନନ୍ତର ଶିବଲିଙ୍ଗର ଦକ୍ଷିଣଭାଗରେ ଗଣପତ୍ୟାଦି ମୂର୍ତ୍ତିଙ୍କି ଯଥୋକ୍ତ ମନ୍ତ୍ରରେ ପୂଜା କରିବ ଓ ଶିବଙ୍କର ବାମାଙ୍ଗରେ ମନ୍ତ୍ର ପଢ଼ି ଉମାଦେବୀଙ୍କର ସ୍ନାନାଦି ପୂଜା କରିବ । ୦।

 

ଅଥ ଧ୍ୟାନଂ ।

 

ପୁଷ୍ପାକ୍ଷତାନି ଗୃହୀତ୍ୱା ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ପଶୁପତୟେ ନମଃ

ତତୋ ମଣିସ୍ତମ୍ଭବିରାଜମାନଂ

 

ହିରଣ୍ମୟଂ ଦ୍ୱାର କପାଟ ତୋରଣଂ

ମହାର୍ହ ନୀଳାମଳ ବଜ୍ରବେଦିକଂ

 

ତଦୈବ ଧ୍ୟାୟେଚ୍ଛିଖରେ ଶିବାଳୟଂ

ସନ୍ତପ୍ତ ହେମ କଳଶୈ ର୍ବହୁଭି ର୍ବିଚିତ୍ରେଃ

 

ପ୍ରୋଦ୍ଭାସିତଂ ସ୍ଫଟିକ ସୌଧତଳାଭିମରାମଂ

ରମ୍ୟଂ ଚ ତଚ୍ଛିବପୁରଂ ବରପୀଠମଧ୍ୟେ

 

ଲିଙ୍ଗଂ ଚ ରତ୍ନସହିତଂ ମନସା ସ୍ମରେଚ୍ଚ

। ୧ ।

ସର୍ବଜ୍ଞଜ୍ଞାନବିଜ୍ଞାନପ୍ରଦାନୈକମହାତ୍ମନେ

ନମସ୍ତେ ଦେବଦେବେଶ ସର୍ବଭୂତହିତେରତଃ

। ୩ ।

ଅନନ୍ତକାନ୍ତି ସମ୍ପନ୍ନ ଅନନ୍ତାସନସଂସ୍ଥିତ

ଅନନ୍ତଶକ୍ତିଶୋଭୀତ୍ୟ ପରମେଶ ନମୋଽସ୍ତୁତେ

। ୪ ।

ପାହି ପାହି ଗୁଣାତୀତ ଉତ୍ପତ୍ତିସ୍ଥିତିକାରକ

ସର୍ବାର୍ଥସାଧନୋପାୟ ବିଶ୍ୱେଶ୍ୱର ନମୋଽସ୍ତୁତେ

। ୫ ।

ସ୍ୱାଭାବାନ୍ନିର୍ମଳାକାର ସର୍ବବ୍ୟାଧିବିନାଶକ

ଯୋଗିଯୋଗ ମହାଯୋଗିଯୋଗେଶ୍ୱର ନମୋଽସ୍ତୁତେ

। ୬ ।

 

ପାତାଳେ ଚାନ୍ତରିକ୍ଷେ ଦଶଦିଶି ଗଗନେଭସ୍ମନି ସର୍ବଶୈଳେ ।

 

ସିନ୍ଧୌ ଲୋଷ୍ଠେ ଚ କାଷ୍ଠେ କ୍ଷିତିଜଳପବନେ ସ୍ଥାବରେ ଜଙ୍ଗମେ ବା ବୀଜଂ ସର୍ବୌଷଧୀନାମସୁରସୁରପଥେ ପୁଷ୍ପପତ୍ରେ ତୃଣାଗ୍ରେ ।ସର୍ବବ୍ୟାପି ଶିବୋଽୟଂ ଯଦି ବସତି ପୁମାନ୍ନାସ୍ରିଦେବୋ ଦ୍ୱିତୀୟଃ

 

ଅଥ ଲିଙ୍ଗାଷ୍ଟକଂ ।

 

ଓଁ ବ୍ରହ୍ମମୁରାରିସୁରାର୍ଚ୍ଚିତଲିଙ୍ଗଂ ନିର୍ମଳଭାସ୍କରଶୋଭିତଲିଙ୍ଗ

ଜନ୍ମନି ଦୁଃଖନିବାରଣଲିଙ୍ଗଂ ଚଂ ପ୍ରଣମାମି ସଦା ଶିବଲିଙ୍ଗଂ

। ୧ ।

ଦେବମୂନୀଶ୍ୱରପୂଜିତଲିଙ୍ଗଂ କାମବିନାଶନକାରଣଲିଙ୍ଗ

ରାବଣଦର୍ପବିନାଶନଲିଙ୍ଗଂ ଚଂ ପ୍ରଣମାମି ସଦା ଶିବଲିଙ୍ଗଂ

। ୨ ।

ସିଦ୍ଧସୁରାସୁରବନ୍ଦିତଲିଙ୍ଗଂ ସର୍ବସୁଗନ୍ଧସୁଲେପିତଲିଙ୍ଗଂ

ବୁଦ୍ଧିବିବର୍ଦ୍ଧନକାରଣଲିଙ୍ଗଂ ଚଂ ପ୍ରଣମାମି ସଦା ଶିବଲିଙ୍ଗଂ

। ୩ ।

ସ୍ୱର୍ଣ୍ଣମହାମଣିଭୂଷିତଲିଙ୍ଗଂ ଦକ୍ଷକଯଜ୍ଞବିନାଶନଲିଙ୍ଗଂ

ଜାଗସୁବେଷ୍ଟିତଶୋଭିତଲିଙ୍ଗଂ ଚଂ ପ୍ରଣମାମି ସଦା ଶିବଲିଙ୍ଗଂ

। ୪ ।

କୁଙ୍କୁମଚନ୍ଦନଲେପିତଲିଙ୍ଗଂ ପଙ୍କଜହାରସୁଶୋଭିତଲିଙ୍ଗଂ

ସଞ୍ଚିତପାପବିନାଶନଲିଙ୍ଗଂ ଚଂ ପ୍ରଣମାମି ସଦା ଶିବଲିଙ୍ଗଂ

। ୫ ।

ଭାବନଭକ୍ତିସୁକେବଳଲିଙ୍ଗଂ ଦେବଗଣାର୍ଚ୍ଚିତଶୋଭନଲିଙ୍ଗଂ

ଭାସ୍କରକୋଟିପ୍ରଭାକରଲିଙ୍ଗଂ ଚଂ ପ୍ରଣମାମି ସଦା ଶିବଲିଙ୍ଗଂ

। ୬ ।

ଅଷ୍ଟଦଳୋପରି ଶୋଭିତଲିଙ୍ଗଂ ସୃଷ୍ଟିଜହାରଜକାରଣଲିଙ୍ଗଂ

କଷ୍ଟଦରିଦ୍ରବିନାଶନଲିଙ୍ଗଂ ଚଂ ପ୍ରଣମାମି ସଦା ଶିବଲିଙ୍ଗଂ

। ୭ ।

ସୁରଗୁରୁସୁରଗଣପୂଜିତଲିଙ୍ଗଂ ସୁରବନପୁଷ୍ପସଦାର୍ଚ୍ଚିତଲିଙ୍ଗଂ

ପରମପଦଂ ପରମାର୍ଜନଲିଙ୍ଗଂ ଚଂ ପ୍ରଣମାମି ସଦା ଶିବଲିଙ୍ଗଂ

। ୮ ।

ଲିଙ୍ଗମଧ୍ୟେ ଜଗତ୍‌ ସର୍ବଂ ତ୍ରିଲୋକ୍ୟଂ ସଚରାଚରଂ

ଲିଙ୍ଗଂ ବ୍ରହ୍ମ ପରଂ ନାସ୍ତି ତସ୍ମାଲ୍ଲିଙ୍ଗଂ ପ୍ରପୂଜୟେତ୍‌

। ୯ ।

 

ଅଥ ଲିଙ୍ଗ ସ୍ନାନଂ

 

ପଞ୍ଚାମୃତେନ ଗଙ୍ଗୋଦକେନ ବା ଅଭାବେ ଗୋକ୍ଷୀରମିଶ୍ରିତ କୂପୋଦକେନ ଚ କାରୟେତ୍‌ ।

ତସ୍ୟ ମନ୍ତ୍ରଃ । ‘‘ଓଁ ହୌଂ ହ୍ରୀଂ ଜୂଂ ସଃ ପଶୁପତୟେ ନମଃ ଓଁ ନମଃ ଶମ୍ଭବାୟ ଚ ମୟୋଭିବାୟ ଚ ନମଃ ଶଙ୍କରାୟ ଚ ମୟସ୍କରାୟ ଚ ନମଃ ଶିବାୟ ଚ ଶିବତରାୟ ଚ ।’’

 

ଅର୍ଥ - ପୂର୍ବୋକ୍ତ ଲିଙ୍ଗାଷ୍ଟକ ଭକ୍ତିଯୁକ୍ତହୋଇ ପଢ଼ିବ । ତତ୍ପରେ ପଞ୍ଚାମୃତ କିମ୍ବା ଗଙ୍ଗୋଦକ ତଦ୍ଭାବରେ ଗୋଦୁଗ୍ଧରେ କୂପଜଳ ମିଶାଇ ମନ୍ତ୍ର ପଢ଼ି ସ୍ନାନ କରାଇବ । ୦ ।

 

ଅଥ ଷୋଡ଼ଶୋପଚାରପୂଜା ।

 

ମନ୍ତ୍ରୋ ଯଥା- ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ଶିବାୟ ଚନ୍ଦନଂ ସମର୍ପୟାମି । ୧ ।

ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ଶିବାୟ ରୋଚନାଂ ସମର୍ପୟାମି । ୨ ।

ଏବଂ ଅନେନୈବ ମନ୍ତ୍ରେଣ ଅକ୍ଷତାନି । ୩ ।

ପୁଷ୍ପାଣି । ୪ ।

ଏକାଦଶଦୂର୍ବାଙ୍କୁରାଶି । ୫ ।

ଏକାଦଶ ବିଲ୍ୱପତ୍ରାଣି । ୬ ।

ଧତ୍ତୁରଫଳତ୍ରିକଂ ଧୂପଂ । ୭ ।

ଏକାଦଶବର୍ତ୍ତିକୃତଦୀପଂ । ୮ ।

ନୈବେଦ୍ୟଂ । ୯ ।

ନାନାଫଳାନି । ୧୦ ।

ଆଚମନଂ । ୧୧ ।

ଲବଙ୍ଗ କର୍ପୂରଯୁତଂତାମ୍ବୁଳଂ । ୧୨ ।

ପୂଗୀଫଳଂ । ୧୩ ।

ଦକ୍ଷିଣା । ୧୪ ।

କର୍ପୂରଦୀପଃ । ୧୫ ।

ନମସ୍କାରଃ । ୧୬ ।

 

 

 

ଅଥ ଆଚରଣପୂଜାପ୍ରକାରଃ ।

 

ତତ୍ରାନଷ୍ଟମୂର୍ତ୍ତିପୂଜଂ ଷୋଡ଼ଶୋପଚାରେଣ ବା ପଞ୍ଚୋପାଚାରେଣ ବତତ୍ର ସାମାବ୍ୟତୟା ଗନ୍ଧାକ୍ଷତପୁଷ୍ପଧୂପଦୀପନୈବେଦ୍ୟନ୍‌ ମିଶ୍ରୀଭୁତାନ୍‌ ପାତ୍ରେ କୃତ୍ୱା ତତ୍ପାତ୍ରଂ ବାମକରେ ଧୃତ୍ୱା ଶିବଲିଙ୍ଗସ୍ୟ ପରିତୋଽଷ୍ଟଦଳପଦ୍ମସ୍ୟ ଯଦ୍ୱା ଶିଖରାକାରସ୍ୟ ପୂର୍ବକର୍ଣ୍ଣିକାଦ୍ୟାରଭ୍ୟ ଏକୈକମୂର୍ତ୍ତି ପୂଜନଂ ଚରେତ୍‌ ଯଥା -

 

ପୂର୍ବେ

-

ଓଁ ସର୍ବାୟ କ୍ଷିତି ମୂର୍ତ୍ତୟେ ନମଃ ।

ଇଶାନେ

-

ଓଁ ଭବାୟ ଜଳମୂର୍ତ୍ତୟେ ନମଃ ।

ଉତ୍ତରେ

-

ଓଁ ରୁଦ୍ରାୟ ତେଜୋମୂର୍ତ୍ତୟେ ନମଃ ।

ବାୟବ୍ୟେ

-

ଓଁ ଉଗ୍ରାୟ ବାୟୁମୂର୍ତ୍ତୟେ ନମଃ ।

ପଶ୍ଚିମେ

-

ଓଁ ଭୀମାୟ ଆକାଶମୂର୍ତ୍ତୟେ ନମଃ ।

ନୈରୁତେ

-

ଓଁ ପଶୁପତୟେ ଯଜମାନମୂର୍ତ୍ତୟେ ନମଃ ।

ଦକ୍ଷିଣେ

-

ଓଁ ମହାଦେବାୟ ସୋମମୂର୍ତ୍ତୟେ ନମଃ ।

ଆଗ୍ନେୟ୍ୟାଂ

-

ଓଁ ଇଶାନାୟ ସୂର୍ଯ୍ୟମୂର୍ତ୍ତୟେ ନମଃ ।

 

ଇତ୍ୟାବରଣପୂଜାସମ୍ବନ୍ଧ୍ୟଷ୍ଟମୂର୍ତ୍ତିପୂଜନଂ ।

 

ଅର୍ଥ - ଶିବଲିଙ୍ଗର ସମସ୍ତ ଅଷ୍ଟଦଳ ପଦ୍ମରେ କିମ୍ବା ଶିଖରାକାର ଅଷ୍ଟଦଳପଦ୍ମରେ ପୂର୍ବକର୍ଣ୍ଣିକାଠାରୁ କ୍ରମରେ ଷୋଡ଼ଶୋପଚାର ବା ପଞ୍ଚୋପଚାରପୂଜା କରିବ । ଅଥବା ଗନ୍ଧ, ଅକ୍ଷତ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଗୋଟିଏ ପାତ୍ରରେ ଏକାଠି ରଖି ନେଇ ଆଠଗୋଟି ଦଳରେ ଅଷ୍ଟମୂର୍ତ୍ତି ପୂଜା କରିବ ।

 

ଅଥ ବଳିଦାନଂ ।

 

ତତୋ ଦେଶକାଳୌ ସ୍ମୃତ୍ୱା ବାଞ୍ଛିତାର୍ଥଫଳ ପ୍ରାପ୍ତୟେବୃତପୂଜନସ୍ୟ ସାଙ୍ଗତାସିଦ୍ଧ୍ୟର୍ଥଂ ଯଥାଶକ୍ତ ସଂଖ୍ୟାକଂଯତ୍‌ ପଦାର୍ଥଂ ପୂର୍ବମେବ ନିଶ୍ଚିତଂ ତଦୈକୈକଂ ତଣ୍ଡୁଳାକ୍ଷଚସହିତଂ ପ୍ରତ୍ୟେକଂ ଷଡ଼କ୍ଷରେଣ ଶିବାର୍ପଣଂ କୁର୍ଯ୍ୟାତ୍‌ । ଅନ୍ତେ ତୁ ଉପହାରାର୍ଥ ଜାତିଫଳଂ ମୂଳମନ୍ତ୍ରେଣ ଦଦ୍ୟାତ୍‌ । ଯଥା- ‘‘ଓଁ ହୌଂ ହ୍ରୀଂ ଜୁଁ ସଃ ନମଃଶିବାୟ ପ୍ରପନ୍ନ ପାରିଜାତାୟ ସ୍ୱାହା ।’’ ଏତାନି ଗନ୍ଧକ୍ଷତପୁଷ୍ପଧୂପଦୀପନୈବେଦ୍ୟାଦୀନି ମୟା ଯଥୋକ୍ତବିଧିନା ଯାନି ଯାନି ସମର୍ପିତାନି ତୈରେତଜ୍ଜାତୀଫଳ ବଳିଦାନସମର୍ପଣମାତ୍ରେଣ ପରାତ୍ମା ଶିବୋମୟି ପ୍ରୀୟତାଂ ମମାମୂକ କାମନାମୂକାବିଧି ଦିନାନ୍ତରେଣ ବିଧିହୋମାବିଳମ୍ବଂ କୁରୁ ଶୀଘ୍ରମେବ ମମ କାର୍ଯ୍ୟଂ ସାଧୟ ସାଧୟ ଏଷବଳିଃ ଶିବାୟ ସାଙ୍ଗାୟ ନମଃ ସ୍ୱାହା ଇତି ବଳିଦାନଂ ।

 

ଅଥ ସ୍ତୋତ୍ରଂ ।

 

ତ୍ୱଂ ମାତା ସର୍ବଲୋକାନାଂ ତ୍ୱମେବ ଜଗତଃ ପିତା

ତ୍ୱଂ ଭ୍ରାତା ତ୍ୱଂ ସୁହୁନ୍ମିତ୍ରଂ ତ୍ୱଂ ପ୍ରିୟସ୍ତ୍ୱଂ ପିତାମହଃ

। ୧ ।

ନମନ୍ତେ ଭଗବାନ୍‌ ରୁଦ୍ର ଭାସ୍କରାମିତତେଜସେ

ନମୋ ଭବାୟ ଦେବାୟ ରସାୟାମ୍ଭୁମୟାୟ ଚ

। ୨ ।

ସର୍ବାୟ କ୍ଷିତିରୂପାୟ ସଦାସୁରଭିରୂପିଣେ

ପଶୁନାଂ ପତୟେ ତୁଭ୍ୟଂ ପାବକାମିତତେଜସେ

। ୩ ।

ଭୀମାୟ ବ୍ୟୋମରୂପାୟ ଯଶୋରୂପାୟ ତେ ନମଃ

ମହାଦେବାୟ ସୋମାୟ ଅନନ୍ତାୟ ନମୋ ନମଃ

। ୪ ।

ଉଗ୍ରାୟ ଯଜମାନାୟ ଯୋଗିନେ କର୍ମଯୋଗିନେ

ନମସ୍ତେ କଳ୍ପବୃକ୍ଷାୟ ପ୍ରତ୍ୟକ୍ଷଫଳଦାୟିନେ

। ୫ ।

ପାର୍ଥିବାନାଂ ଚ ଲିଙ୍ଗାନାଂ ଯନ୍ମୟା ପୂଜନଂ କୃତଂ

ତେନ ମେ ଭଗବାନ୍‌ ରୁଦ୍ର ବାଞ୍ଛିତୀର୍ଥଂ ପ୍ରଯୁଚ୍ଛ ତୁ

। ୬ ।

ଶିବାଗ୍ରେ ପୂଜନଂ କୃତ୍ୱା ସ୍ତୋତ୍ରମେତତ୍‌ ପଠେତ୍‌ ସଦା

ସର୍ବାର୍ଥସାଧନୋପାୟମିତି ଦେବୈର୍ବିନିଶ୍ଚିତଂ

। ୭ ।

 

ଅଥ ମୂଳମନ୍ତ୍ରଜପବିଧିଃ ।

 

ଋଷିଛନ୍ଦୋଯଥା- ଓଁ ଅସ୍ୟଶ୍ରୀ ସଦାଶିବମନ୍ତ୍ରସ୍ୟ । ବାମଦେବଋଷିଃ । ପଂକ୍ତିଶ୍ଛନ୍ଦଃ । ଶ୍ରୀ ସଦାଶିବୋ ଦେବତା । ମମାମୁକଫଳପ୍ରାପ୍ତୟେ ଜପେ ବିନିଯୋଗଃ । ମନ୍ତ୍ରଃ । ଓଁ ହୌଁ ହ୍ରୀଂ ଜୁଂ ସଃ ଶିବାୟ ନମଃ ପ୍ରପନ୍ନ ପାରିଜାତାୟ ସ୍ୱାହା । ଇମଂ ମନ୍ତ୍ରଂ ନିତ୍ୟମଷ୍ଟୋତ୍ତରଣତଂ ଜପେତ୍‌ ।୧୦।

 

ଅଥ ହୋମ ବିଧିଃ ।

 

ପଶ୍ଚାଦନେନ ନିତ୍ୟମେକାଦଶାହୁତଂ ଜୁହୁୟାତ୍‌

ତନ୍ତ୍ର ପ୍ରଥମଂ ହଳ ହନୁମନ୍ତୃର୍ତ୍ତିପତାକାପୂଜନଂ

।।

 

କେବଳଂ ସିନ୍ଦୁରାଦିଧୂପଦୀପନୈବେଦ୍ୟାନ୍ତଂ ତନ୍ନନ୍ତ୍ରେଣୈବ କୁର୍ଯ୍ୟାତ୍‌ । ଅଥୈବ ତୀର୍ଥବିବରପୂଜନଂ କୃତ୍ୱାଗ୍ନିବେଦକାୟାମଗ୍ନିଂ ସ୍ଥାପ୍ୟ ଆଦୌ ଘୃତେନୈବ ଚତୁରାହୁତୀର୍ଦଦ୍ୟାତ୍‌ । ତଦ୍ଗଥା- ଓଁ ପ୍ରଜାପତୟେ ସ୍ଵାହା ଇଦଂ ପ୍ରଜାପତୟେ । ଓଁ ଇନ୍ଦ୍ରାୟ ସ୍ୱାହା ଇଦମିନ୍ଦ୍ରାୟ । ଓଁ ଅଗ୍ନୟେ ସ୍ୱାହା ଇଦମଗ୍ନୟେ । ଓଁ ସୋମାୟ ସ୍ୱାହା ଇଦଂ ସୋମାୟ । ହୁତଶେଷଂ ତୁ ସ୍ରୁ ବେଣୈବ ଜଳପାତ୍ରେ ପ୍ରକ୍ଷିପେତ୍ଵା ‌ତତୋ ଗଣେଶାଦିଭ୍ୟୋ ନମଃ ଇତ୍ୟନ୍ତେନ ମନ୍ତ୍ରେଣ ଏକୈକଂ ହବ୍ୟେନ ଏବ ଅହୁତିଂ ବତ୍ୱା ପୁନରପି ସ୍ୱ ସ୍ୱ ମନ୍ତ୍ରୈର୍ନବଗ୍ରହାଣାମପି ଆହୁତୀର୍ଦଦ୍ୟାତ୍‌ । ତତୋ ମୂଳମନ୍ତ୍ରେଣ ଏକାଦଶାହୁତୀର୍ଦଦ୍ୟାତ୍‌ । ଅଥ କାମପୂରକ ମନ୍ତ୍ରେଣ ନିତ୍ୟଂ ଏକବିଂଶତ୍ୟଧିକଶସଂଖ୍ୟୟା ଆହୁତୀର୍ଦଦ୍ୟାତ୍‌ । କାମରୂପକମନ୍ତ୍ରଶ୍ଚ ଓଁ ହୌଂ ହ୍ରୀଂ ଜୁଂ ସଃ ନମଃଶିବାୟ ତ୍ୱଂ ଦାତା ସର୍ବଲୋକାନାଂ କୃପାଂ କୁରୁ ମୟି ପ୍ରଭୋଽମୃକାର୍ଥେ ସ୍ୱାହା ।

 

ଅର୍ଥ ତର୍ପଣବିଧିଃ ।

 

ତତ୍ର ଗୋଦୁଗ୍ଧଂ ଗଙ୍ଗୋଦକାଭ୍ୟାଂ ସହ ଜଳେନୈକାଦଶ ଦୂର୍ବାଙ୍କୁରୈଃ କୁଶାଗ୍ରଭାଚୈର୍ବା ଦେବତୀର୍ଥେନ ତର୍ପୟେତ୍‌ । ଓଁ ଶିବାୟ ନମଃ ଶିବଂ ତର୍ପୟାମି । ୨। ଓଁ ଶିବାୟ ନମଃ ଭବଂ ତର୍ପୟମି । ୨ । ଓଁ ଈଶାନାୟ ନମଃ ଈଶାନଂ ତର୍ପୟାମି । ଓଁ ଉଗ୍ରାୟ ନମଃ । ଉଗ୍ରଂ ତର୍ପୟାମି । ଓଁ ମୃଡ଼ାୟ ନମଃ ମୃଡ଼ଂ ତର୍ପୟାମି । ଓଁ ଶଶିଶେଖରାୟ ନମଃ ଶଶିଶେଖରଂ ତର୍ପୟାମି । ଓଁ ଶଂକରାୟ ନମଃ ଶଂକରଂତର୍ପୟାମି । ଓଁ ବିଶ୍ୱରୂପାୟ ନମଃ ବିଶ୍ୱରୂପଂ ତର୍ପୟାମି । ଓଁ କପର୍ଦିନେ ନମଃ କପର୍ଦିନଂ ତର୍ପୟାମି । ଓଁ ତ୍ର୍ୟମ୍ବକାୟ ନମଃ ତ୍ର୍ୟମ୍ୱକଂ ତର୍ପୟାମି । ଓଁ ରୁଦ୍ରାୟ ନମଃ ରୁଦ୍ରଂ ତର୍ପୟାମି-।୦।

 

 

ଅଥ ପୁଷ୍ପାଞ୍ଜଳିଦାନଂ ।

 

ତତ୍ର ମୂଳମନ୍ତ୍ରମୂଚ୍ଚାର୍ଯ୍ୟ ଗୋଦୁଗ୍ଧଶର୍କରାମିଶ୍ରିତଜଳସ୍ୟ ଧାରାଂ ଦତ୍ୱା ପୁଷ୍ପାଞ୍ଜଳିଂ ଚ ସମର୍ପୟନ୍‌ ସଂପ୍ରାର୍ଥୟେତ୍‌। ତଦ୍ଗଥା- ଓଁ ହୌଂ ହ୍ରୀଂ ଜୂଂ ସଃ ଶିବାୟ ନମଃ ପ୍ରପନ୍ନପାରିଜାତାୟ ସ୍ୱାହା । ୦ ।

 

ଅଥ ଶିବସ୍ତବଃ ।

 

ନମଃ ଶିବାୟ ସାମ୍ୱାୟ ସଗଣାୟ ସସୁନବେ

ନିବେଦୟାମି ଚାତ୍ମାନଂ ଲିଙ୍ଗସ୍ୟଶରଣାଗତଂ

। ୧ ।

ନମଃ ଶିବାୟ ସାମ୍ବାୟ କାରଣତ୍ରୟହେତବେ

ନିବେଦୟାମି ଚାତ୍ମାନଂ ତ୍ୱଂ ଗତିଃ ପରମେଶ୍ୱର

। ୨ ।

ତାବକସ୍ତ୍ୱ ଦ୍ଗତପ୍ରାଣାସ୍ତ୍ୱର୍ଚ୍ଚିତୋଽହଂ ସଦାମୃଡ଼େ

କୃପାନିଧେ ଇତି ଜ୍ଞାତ୍ୱା ଭୂତନାଥ ପ୍ରସୀଦ ମେ

। ୩ ।

ଅଜ୍ଞାନାଦ୍‌ ଯଦି ବା ଜ୍ଞାନଜ୍ଜପପୂଜାଦିକଂ ମାୟା

କୃତଂ ତଦସ୍ତୁ ସଫଳଂ କୃପୟା ତବ ଶଙ୍କର

। ୪ ।

 

ଅଥ ପ୍ରଦକ୍ଷିଣାଂ ।

 

ଯାନି ଯାନି ଚ ପାପାନି ଦୁଃଖାନି ଚ ମମେଶ୍ୱର

ତାନି ତାନି ବିନଶ୍ୟନ୍ତୁ ପ୍ରଦକ୍ଷିଣ ପଦେ ପଦେ

।।

 

 

ଅଥ ସ୍ତୁତିଃ ।

 

ହେ ଚନ୍ଦ୍ରଚୂଡ଼ ମଦନାନ୍ତକ ଶୂଳପାଣେ

 

ସ୍ଥାଣୋ ଗିରୀଶ ଗୀରୀଜେଶ ମହେଶ ଶମ୍ଭୋ

ଭୂତେଶ ଭୀତଭୟସୂଦନ ମାମନାଥଂ

 

ସଂସାରଦୁଃଖ ଦହନାଜ୍ଜଗଦୀଶ ଲକ୍ଷ

। ୧ ।

ହେ ପାର୍ବତୀହୃଦୟବଲ୍ଲଭ ଚନ୍ଦ୍ରମୌଳେ

 

ଭୂତାଧିପ ସ୍ମରହର ତ୍ରିଦଶାଧିନାଥ

ହେ ବାମଦେବ ଭବ ରୁଦ୍ର ପିନାକପାଶେ

 

ସଂସାରଦୁଃଖଦହନାଜ୍ଜଗଦୀଶ ରକ୍ଷ

। ୨ ।

ହେ ନୀଳକଣ୍ଠ ବୃଷଭଧ୍ୱଜ ପଞ୍ଚବକ୍ର

 

ଲୋକେଶ ଶେଷ ବଳୟ ପ୍ରମଥେଶ ଶର୍ବ

ହେ ଧୂର୍ଜଟେ ପଶୁପତେ ଗିରଜାପତେ ମାଂ

 

ସଂସାରଦୁଃଖଦହନାଜ୍ଜଗଦୀଶ ରକ୍ଷ

। ୩ ।

ହେ ବିଶ୍ୱନାଥ ଶିବ ଶଙ୍କର ଦେବଦେବ

 

ଗଙ୍ଗାଧର ପ୍ରମଥନାୟକ ନନ୍ଦୀକେଶ

କାମାସୁରାନ୍ଧକରିପୋ ହର ଲୋକନାଥ

 

ସଂସାରଦୁଃଖଦହନାଜ୍ଜଗଦୀଶ ରକ୍ଷ

। ୪ ।

ବାରଣସୀପୁରପତେ ମଣିକର୍ଣ୍ଣିକେଶ

 

ବୀରେଶ ଦକ୍ଷମଖକାଳ ବିଭୋ ଗଣେଶ

ସର୍ବଜ୍ଞ ସର୍ବହୃଦୟୈକନିବାସ ନାଥ

 

ସଂସାରଦୁଃଖଗହନାଜ୍ଜଗଦୀଶ ରକ୍ଷ

। ୫ ।

ଶ୍ରୀମନ୍ନହେଶ୍ୱର କୃପାମୟ ହେ ଦୟାଳୋ

 

ହେ ବ୍ୟୋମକେଶ ଶିତିକଣ୍ଠ ଗଣାଧିନାଥ

ଭସ୍ମାଙ୍ଗରାଗ ନୃକପାଳ କପାଳମାଳ

 

ସଂସାରଦୁଃଖଦହନାଜ୍ଜଗଦୀଶ ରକ୍ଷ

। ୬ ।

କୈଳାସପର୍ବତନିବାସ ବୃଷାକପୀଶ

 

ମୃତ୍ୟୁଞ୍ଜୟ ତ୍ରିନୟନ ତ୍ରିଜଗନ୍ନିବାସ

ନାରାୟଣପ୍ରିୟ ଦୟାମୟ ଶକ୍ତିନାଥ

 

ସଂସାରଦୁଃଖଦହନାଜ୍ଜଗଦୀଶ ରକ୍ଷ

। ୭ ।

ବିଶ୍ୱେଶ ବିଶ୍ୱଭବନ ସ୍ଥିତି ବିଶ୍ୱରୂପ

 

ବିଶ୍ୱାତ୍ମକତ୍ରିଭୁବନୈକ ଗୃରୋ ଭବେଶ

ହେ ବିଶ୍ୱବନ୍ଦ୍ୟ କରୁଣାମୟ ଦୀନବନ୍ଧୋ

 

ସଂସାରଦୁଖଃଦହନାଜ୍ଜଗଦୀଶ ରକ୍ଷ

। ୮ ।

ଗୌରୀବିଳାସ ଭୁବନାୟ ମହେଶ୍ୱରାୟ

 

ପଞ୍ଚାନନାୟ ଶରଣାଗତକଳ୍ପକାୟ

ସର୍ବାୟ ସର୍ବଜଗତାମଧିପାୟ ତସ୍ମୈ

 

ଦାରିଦ୍ର୍ୟଦୁଃଖଦହନାଜ୍ଜଗଦୀଶ ରକ୍ଷ

। ୯ ।

ଇତି ଶ୍ରୀମଚ୍ଛଙ୍କରାଚାର୍ଯ୍ୟ ବିରଚିତଂ ଶିବସ୍ତୋତ୍ରଂ ସମ୍ପୂର୍ଣ୍ଣଂ

ଇତି ସ୍ତୁତ୍ଵା ଗଲ୍ଲନାଦଂ କୁର୍ଯ୍ୟାତ୍‌

ଅଥାପି ଶକ୍ତିଶ୍ଚେତ୍ତହିଁ ଶିବଜକଳମପି ଶ୍ରାବୟେଦ୍ୱା

ଅଥ ବିସର୍ଜନଂ

 

ପୁଷ୍ପାକ୍ଷତାନି ଗୃହୀତ୍ୱା ଓଂ ମହାଦେବାୟ ଯଜମାନମୂର୍ତ୍ତୟେ ନମଃ ।

କୃତାକୃତାଜ୍ଞପ୍ତାଂ କ୍ଷମସ୍ଵ ମମକୃତାଂ ପୂଜାଂ ଚ ଗୃହୀତ୍ୱା ମମ ହୃଦି ମହାକୈଳାସେ ବା ଯଥାସୁଖଂ ତିଷ୍ଠ ।

 

ଇତି ଶ୍ରୀସକାମ ଶିବପୂଜା ସମାପ୍ତା